ସୋମବାର ଠାରୁ ମହାରାଷ୍ଟ୍ରରେ ଖୋଲିବ ସବୁ ଉପାସନା ପୀଠ

ମୁମ୍ବାଇ – ମହାରାଷ୍ଟ୍ରରେ ସୋମବାର ଠାରୁ ସବୁ ଉପାସନା ପୀଠ ଖୋଲିବ । ମହାରାଷ୍ଟ୍ର ସରକାର ଏନେଇ ଘୋଷଣା କରିଛନ୍ତି । ଉପାସନା ପୀଠକୁ ଯିବା ପାଇଁ ଲୋକଙ୍କୁ ମାସ୍କ ପିନ୍ଧିବା ସହ ସବୁ କୋଭିଡ୍ ନିୟମ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି ।

ରାଜ୍ୟର ସବୁ ଧାର୍ମିକପୀଠ ଖୋଲିବା ପାଇଁ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଙ୍କେତ ଦେଇଥିଲେ । ମନ୍ଦିର ଖୋଲିବା ଦାବି କରି ବିରୋଧୀ ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ ବି କରାଯାଇଥିଲା । କରୋନା ଯୋଗୁଁ ଦେଶବ୍ୟାପୀ ଲକଡାଉନ୍ ଘୋଷଣା ହେବା ପରେ ମାର୍ଚ୍ଚରୁ ରାଜ୍ୟରେ ସବୁ ଧାର୍ମିକସ୍ଥଳି ବନ୍ଦ ରହିଛି । ମହାରାଷ୍ଟ୍ର ଦେଶରେ କରୋନା ସଂକ୍ରମଣର ହଟ୍‌ସ୍ପଟ୍ ପାଲଟିଥିଲା । ରାଜ୍ୟରେ ଏଯାବତ୍ ୧୭ ଲକ୍ଷରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟ ସଂଖ୍ୟା ୧୦ ହଜାର ଟପିଛି ।

Comments are closed.