ନ୍ୟୁଜରୁମ୍ : ସକାଳର ଖବର

୧.ସ୍ୱାସ୍ଥ୍ୟକର୍ମୀ, ଗର୍ଭବତୀ ଓ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ କୋଭିଡ ଟିକା ପ୍ରଦାନରେ ମିଳିବ ଅଗ୍ରାଧିକାର : ମୁଖ୍ୟମନ୍ତ୍ରୀ

୨.ନାବାଳିକା ଗଣଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ହାଜର ହେଲେ ଡିଜିପି, ମାମଲାର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ, ଡିସେମ୍ବର ୧୬ରେ ପରବର୍ତୀ ଶୁଣାଣି

୩.କେନ୍ଦ୍ରୀୟ ପୁରସ୍କାର ତାଲିକାରେ ଓଡିଶାର ପ୍ରାଧାନ୍ୟ, ମିଳିବ ଶ୍ରେଷ୍ଠ ସମୁଦ୍ର ତଟବର୍ତୀ ରାଜ୍ୟର ପୁରସ୍କାର, ଅନ୍ତର୍ଦେଶୀୟ ଜିଲ୍ଲା ଭାବେ କଳାହାଣ୍ଡି ଶ୍ରେଷ୍ଠ

୪.ଡିସେମ୍ବର ୧୬ ତାରିଖରେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ପରିଚାଳନା କମିଟିର ପ୍ରସ୍ତାବ, ଶନିବାର ଓ ରବିବାର ମନ୍ଦିର ବନ୍ଦ ରଖିବାକୁ ପ୍ରସ୍ତାବରେ ଉଲ୍ଲେଖ

୫.କୋରୋନା ଯୋଦ୍ଧାଙ୍କ ଚିକିତ୍ସାକୁ ରାଜ୍ୟ ସରକାରଙ୍କ ପ୍ରାଥମିକତା, ଆଦିତ୍ୟ ଅଶ୍ୱିନୀ ହସପିଟାଲରେ ହେବ ଚିକିତ୍ସା

୬.ବିଧାନସଭାର ଶୀତ ଅଧିବେଶନରେ ରହିବ ନାହିଁ ପ୍ରଶ୍ନକାଳ, ପ୍ରତିଦିନ ସାଢେ ଚାରି ଘଂଟା ଚାଲିବ ଗୃହକାର୍ଯ୍ୟ,୨୦ରେ ଅତିରିକ୍ତ ବଜେଟ୍‌

୭.ଚଳିତ ଶିକ୍ଷାବର୍ଷରେ ହିଁ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ

୮.ଶପଥ ନେଲେ ବିଜେଡିର ଦୁଇ ନବନିର୍ବାଚିତ ବିଧାୟକ

୯.ରାଜ୍ୟରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଆରମ୍ଭ

୧୦.ବେଙ୍ଗାଲୁରୁ ହିଂସା: ଏସଡିପିଆଇ କାର୍ଯ୍ୟାଳୟ ସମେତ ୪୩ଟି ସ୍ଥାନରେ ଏନଆଇଏର ଚଢାଉ

୧୧.ଗୋଆର ପ୍ରଥମ ମହିଳା ରାଜ୍ୟପାଳ ମୃଦଳା ସିହ୍ନାଙ୍କ ଦେହାନ୍ତ

୧୨.ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ୍ ଆକ୍ରମଣ, ୧୨ ଆହତ

୧୩.ଚୂଡାନ୍ତ ପରୀକ୍ଷାରେ ଫାଇଜର କରୋନା ଟିକା ୯୫% ପ୍ରଭାବୀ

୧୪.ପ୍ଲାଜମା ଥେରାପିର ମାତ୍ରାଧିକ ବ୍ୟବହାର ନ କରିବାକୁ ଆଇସିଏମଆର ର ପରାମର୍ଶ

୧୫.ଛଟ୍ ପୂଜା ପାଇଁ ଅନୁମତି ଦେଲେନି ଦିଲ୍ଲୀ ହାଇକୋର୍ଟ

୧୬.ରୁଷୀୟ ସଂସଦର ନିଷ୍ପତ୍ତି: ପୁଟିନଙ୍କ ବିରୋଧରେ ଆଜୀବନ ହେବନି କୌଣସି ମାମଲା

୧୭.କରୋନା ପରେ ଆଉ ଏକ ବିରଳ ଭାଇରସ୍ ‘ଚପାରେ’ଚିହ୍ନଟ

Comments are closed.