ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ହାଫିଜ ସଇଦକୁ ୧୦ ବର୍ଷ ଜେଲ୍

କରାଚି – ଦୁଇଟି ଆତଙ୍କବାଦୀ ମାମଲାରେ ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ତଥା ଜାମାତ-ଉଦ-ଦାୱା (ଜୁଡି) ମୁଖ୍ୟ ହାଫିଜ ସଇଦକୁ ପାକିସ୍ତାନର ଏକ କୋର୍ଟ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛି ।

ହାଫିଜ ସଇଦ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର ରଚିଥିବା ଅଭିଯୋଗ ହୋଇଥିଲା । ହାଫିଜ ଇସଲାମବାଦୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବା (ଏଲ୍ଇଟି) ର ପ୍ରତିଷ୍ଠାତା ତଥା ମୁଖିଆ।
ଏହାପୂର୍ବରୁ ଫେବୃଆରୀରେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ମାମଲାରେ ହାଫିଜ ଏବଂ ତାର କିଛି ସହଯୋଗୀଙ୍କୁ ୧୧ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଥିଲା।

Comments are closed.