କାବୁଲ ଉପରେ ସିରିଜ୍ ରକେଟ୍ ମାଡ଼, ୮ ମୃତ

କାବୁଲ – ଆତଙ୍କବାଦୀଙ୍କ ସିରିଜ ରକେଟ୍ ମାଡ଼ରେ ଥରି ଉଠିଛି ଆଫାଗାନିସ୍ତାନ ରାଜଧାନୀ କାବୁଲ । ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳ ଗ୍ରୀନ ଜୋନ ଓ ଉତ୍ତର ଭାଗରେ ହୋଇଥିବା ସିରିଜ ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି ।

ଆଫାଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ତାରିକ ଆରିୟାନ କହିଛନ୍ତି ଯେ, କାବୁଲ ଉପରେ ଆତଙ୍କବାଦୀମାନେ ୨୩ଟି ରେକଟ୍ ମାଡ଼ କରିଥିଲେ । ଏହି ଆତଙ୍କୀ ଆକ୍ରମଣ ପାଇଁ ସେ ତାଲିବାନକୁ ଦାୟୀ କରିଛନ୍ତି । ପ୍ରଥମେ ସହରର ଚହଲ ସୁତୁନ ଓ ଅରଜାନ କୀମତ୍ ଅଞ୍ଚଳରେ ବିସ୍ଫୋରଣର କିଛି ମିନିଟ୍ ପରେ ଅନ୍ୟ ଅଞ୍ଚଳ ଗୁଡିକରେ ସିରିଜ୍ ହମଲା ହୋଇଥିଲା ।

Comments are closed.