ରାଜ୍ୟପାଳଙ୍କ ପତ୍ନୀ ବିୟୋଗରେ ବିଧାନସଭା ବାଚସ୍ପତିଙ୍କ ଶୋକ

ଭୁବନେଶ୍ୱର- ରାଜ୍ୟର ପ୍ରଥମ ମହିଳା ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ସୁଶୀଳା ଦେବୀ ଜଣେ ଶାନ୍ତ, ନୈଷ୍ଠିକ ତଥା ଧର୍ମପରାୟଣା ମହିଳା ଥିଲେ ବୋଲି ବାଚସ୍ପତି ତାଙ୍କ ଶୋକ ବାର୍ତାରେ କହିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

Comments are closed.