ସ୍ୱାଭାବିକ ହେଲା ଓଡିଶା ରାଜ୍ୟ ପରିବହନ ନିଗମର ବସ ସେବା

ଭୁବନେଶ୍ୱର- ଦୀର୍ଘଦିନ ପରେ ଓଡିଶା ରାଜ୍ୟ ପରିବହନ ନିଗମର ବସ୍ ସେବା ସ୍ୱାଭାବିକ ହୋଇଛି । ଆଜିଠାରୁ ସବୁ ରୁଟରେ ବସ୍ ଚଳାଚଳ ଆରମ୍ଭ ହୋଇଛି । ବସ୍ ସେବା ସହ ଅନଲାଇନ ଟିକେଟ କାଉଂଟର ମଧ୍ୟ ଖୋଲାଯାଇଛି । କୋରୋନା କଟକଣା ଯୋଗୁଁ ବହୁ ଦିନ ହହେବ ବନ୍ଦ ଥିଲା ପରିବହନ ସେବା । ବସ୍ ଚଳାଚଳ ଆରମ୍ଭ ହୋଇଥିବା ନେଇ ନିଗମର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ।

Comments are closed.