ଚାଷୀ-କେନ୍ଦ୍ର ଆଲୋଚନା ପୁଣି ବିଫଳ, ୯ରେ ଆଉ ଏକ ବୈଠକ

ନୂଆଦିଲ୍ଲୀ – ଚାଷୀ ଆନ୍ଦୋଳନ ନେଇ ଅଚଳାବସ୍ଥା ଜାରି ରହିଛି । ଶନିବାର ଆନ୍ଦୋଳନରତ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ମଧ୍ୟ ବିଫଳ ହୋଇଛି । ତିନୋଟି କୃଷି ଆଇନର ପ୍ରତ୍ୟାହାର ଦାବିରେ ଚାଷୀମାନେ ଅଡି ବସିଛନ୍ତି । ସେମାନଙ୍କ ଦାବି ସମ୍ପର୍କରେ କେନ୍ଦ୍ର ସରକାର ‘ହଁ’ କିମ୍ବା ‘ନା’ରେ ଉତ୍ତର ରଖନ୍ତୁ ବୋଲି ଚାଷୀମାନେ ଚାହୁଁଛନ୍ତି । ଚାଷୀମାନଙ୍କୁ ମନାଇବାରେ ସରକାର ବିଫଳ ହୋଇଥିବା ବେଳେ ଆସନ୍ତା ୯ରେ ପୁଣି ଥରେ ଏକ ବୈଠକ ଡକାଯାଇଛି । ଚାଷୀଙ୍କ ଦାବି ସମ୍ପର୍କରେ ବିଚାର କରିବାକୁ ସରକାର ଅଧିକ ସମୟ ମାଗିଛନ୍ତି । ଅନ୍ୟପକ୍ଷରେ ପ୍ରାୟ ୪୦ କୃଷକ ସଂଗଠନ ରୋକଠୋକ୍ କହିଛନ୍ତି ଯେ, ସେମାନେ ତିନି କୃଷି ଆଇନର ପ୍ରତ୍ୟାହାର ଛଡ଼ା ଆଉ କିଛି ଶୁଣିବେ ନାହିଁ । କୃଷି ଆଇନ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବା ପୂର୍ବକ ବିଭିନ୍ନ କୃଷକ ସଂଗଠନ ଆସନ୍ତା ୧୧ରେ ଭାରତ ବନ୍ଦ ଡାକରା ଦେଇଛନ୍ତି ।

Comments are closed.