ଭାରତବନ୍ଦକୁ କଂଗ୍ରେସର ପୂର୍ଣ୍ଣ ସମର୍ଥନ, କାଲି ରାଜ୍ୟର ମୁଖ୍ୟ ସହରଗୁଡିକରେ ବନ୍ଦ ପାଳନ କରିବ ଦଳ

ଭୁବନେଶ୍ୱର-ମୋଦି ସରକାରଙ୍କ କୃଷି ଆଇନ ବିରୋଧରେ ବିଭିନ୍ନ କୃଷକ ସଂଗଠନର ଭାରତ ବନ୍ଦ ଡାକରାକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଜଣାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ଆସନ୍ତାକାଲି ଜିଲ୍ଲାସ୍ତରରେ ଓ ମୁଖ୍ୟ ସହରଗୁଡିକରେ ବନ୍ଦ ପାଳନ କରାଯିବ । ବନ୍ଦ ପାଳନରେ ଦଳର ନେତାମାନେ ସାମିଲ ହୋଇ କୃଷି ଆଇନ ପ୍ରତ୍ୟାହାର ଦାବି କରିବେ ।

Comments are closed.