ୟୁଜରଙ୍କ ତଥ୍ୟ ଦେଶ ବାହାରକୁ ପଠାଉଥିବା ୩୪୮ଟି ଆପକୁ ବ୍ଲକ୍ କରିଛନ୍ତି ସରକାର

ନୂଆଦିଲ୍ଲୀ : ୟୁଜରଙ୍କ ତଥ୍ୟ ସଂଗ୍ରହ କରି ତାହାକୁ ଦେଶ ବାହାରକୁ ପଠାଉଥିବା ଚୀନ୍ ଏବଂ ଅନ୍ୟ ଦେଶ ଦ୍ବାରା ବିକଶିତ ୩୪୮ଟି ମୋବାଇଲ୍ ଆପକୁ ନିଷିଦ୍ଧ କରାଯାଇଛି ।

ରୋଡମଲ ନାଗରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଲୋକସଭାରେ ଏହି ସୂଚନା ଦେଇଛନ୍ତି।

ସଦସ୍ୟ ପ୍ରଶ୍ନ କରିଥିଲେ ଯେ ଦେଶ ବାହାରକୁ ସୂଚନା ପଠାଉଥିବା କୌଣସି ଆପ୍ ଚିହ୍ନଟ କରାଯାଇଛି କି ନାହିଁ ଏବଂ ଯଦି ଏପରି କୌଣସି ଆପ୍ ଚିହ୍ନଟ ହୋଇଛି ତେବେ ତାହା ଉପରେ କଟକଣା ଲଗାଯାଇଛି କି?

ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହିପରି ୩୪୮ଟି ଆପ୍ ଚିହ୍ନଟ ହୋଇଛି ଏବଂ ମନ୍ତ୍ରଣାଳୟର ଅନୁରୋଧ କ୍ରମେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ସମସ୍ତ ଆପକୁ ବ୍ଲକ କରିଛି କାରଣ ଏମାନଙ୍କ ତଥ୍ୟ ପ୍ରଘଟ ଦ୍ବାରା ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା, ରାଜ୍ୟ ମାନଙ୍କ ପ୍ରତିରକ୍ଷା ଏବଂ ସୁରକ୍ଷାକୁ ଉଲ୍ଲଂଘନ ହେଉଛି ।

ଚନ୍ଦ୍ରଶେଖର କହିଛନ୍ତି ଯେ ଏହି ଆପଗୁଡିକ ଚୀନ୍ ସମେତ ବିଭିନ୍ନ ଦେଶ ଦ୍ୱାରା ବିକଶିତ।

Comments are closed.