ବାହାଘର ଶୋଭାଯାତ୍ରା ଉପରେ ଥିବା କଟକଣା ପ୍ରତ୍ୟାହାର

ଭୁବନେଶ୍ୱର – ବାହାଘର ଶୋଭାଯାତ୍ରା ଉପରେ ଥିବା କଟକଣାରୁ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ଏଣିକି ବିବାହ ଉତ୍ସବରେ ପ୍ରୋସସନ କରିହେବ । ଏ ନେଇ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।

ପ୍ରୋସେସନକୁ ଅନୁମତି ସହ ବିବାହ ଉତ୍ସବରେ ସର୍ବାଧିକ ୨୦୦ ଲୋକ ରହିପାରିବେ । ବର, କନ୍ୟା, ପୁରୋହିତ, ବ୍ୟାଣ୍ଡ ପାର୍ଟିକ ମିଶାଇ ୨ ଶହ ଲୋକ ରହିପାରିବେ । ଏଥିପାଇଁ ମାସ୍କ, ସାନିଟାଇଜର ଓ କୋଭିଡ କଟକଣା ମାନିବା ବାଧ୍ୟତାମୂଳକ ।

Comments are closed.