ଏସଓପି ଅନୁସାରେ ଆଜି ଶ୍ରୀମନ୍ଦିର ବନ୍ଦ, ସାନିଟାଇଜ କରାଯାଉଛି ମନ୍ଦିର ପରିସର

ପୁରୀ- ଆଜି ସର୍ବସାଧାରଣଙ୍କ ବନ୍ଦ ରହିଛି ଶ୍ରୀମନ୍ଦିର । ଏସଓପି ଅନୁସାରେ ରବିବାର ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି । ଆଜି ଶ୍ରୀମନ୍ଦିର ପରିସରକୁ ସାନିଟାଇଜ କରିବାକୁ ଏପରି ନିଷ୍ପତ୍ତି ହୋଇଛି । ପୂର୍ବରୁ ଏ ନେଇ ଏସଓପି ଜାରି ହୋଇଥିଲା । ସୂଚନାଯୋଗ୍ୟ ଯେ, ଗତ ୨୧ତାରିଖରୁ ବିନା କୋଭିଡ ନେଗେଟିଭ ରିପୋର୍ଟରେ ଶ୍ରୀମନ୍ଦିରରେ ଦର୍ଶନ ଆରମ୍ଭ ହୋଇଛି । ବିନା କୋଭିଡ ନେଗେଟିଭ ରିପୋର୍ଟରେ ଭକ୍ତମାନେ ଦିଅଁ ଦର୍ଶନ କରୁଥିବାରୁ ଶ୍ରୀମନ୍ଦିରରେ ସାନିଟାଇଜ ବ୍ୟବସ୍ଥା ଦୃଢ କରାଯାଇଛି । ୨୧ ତାରିଖରୁ ଦୈନିକ ସର୍ବାଧିକ ୩୦ ହଜାର ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି ।

Comments are closed.