ଜାମ୍ମୁ-କାଶ୍ମୀର ସ୍ଥିତି ପରଖିବା ପାଇଁ ପହଞ୍ଚିଲେ ୨୪ ଦେଶର ପ୍ରତିନିଧି ମଣ୍ଡଳ

ଶ୍ରୀନଗର – ଚବିଶି ଦେଶର ପ୍ରତିନିଧି ମଣ୍ଡଳ ବୁଧବାର ଦୁଇ ଦିନିଆ ଜାମ୍ମୁ-କାଶ୍ମୀର ଗସ୍ତରେ ପହଞ୍ଚିଛନ୍ତି । ଏହି ଗସ୍ତ ଅବସରରେ ଏହି ବିଦେଶୀ କୂଟନୀତିଜ୍ଞମାନେ ଜାମ୍ମୁ-କାଶ୍ମୀରରେ ହେଉଥିବା ବିକାଶମୂଳକ କାର୍ଯ୍ୟ ଓ ନିକଟରେ ହୋଇଥିବା ଜିଲ୍ଲା ବିକାଶ ପରିଷଦ (ଡିଡିସି) ନିର୍ବାଚନ ସମ୍ପର୍କରେ ଅନୁଧ୍ୟାନ କରିବେ ।

ଦୀର୍ଘ ଦିନର କଟକଣା ପରେ ଫେବୃୟାରୀ ୫ରେ ଜାମ୍ମୁ-କାଶ୍ମୀରର ପ୍ରାୟ ସବୁ ଅଞ୍ଚଳରେ ୪ଜି ଇଣ୍ଟରନେଟା ସେବା ପୁଣି ଆରମ୍ଭ ହୋଇଥିଲା । ଧାରା ୩୭୦ ଉଚ୍ଛେଦ ହେବା ପରେ ଚତୁର୍ଥ ଥର ପାଇଁ ଜାମ୍ମୁ-କାଶ୍ମୀର ଗସ୍ତରେ ଆସିଛନ୍ତି ବିଦେଶୀ କୂଟନୀତିଜ୍ଞ । ଏହି ଦଳରେ ଚିଲି, ବ୍ରାଜିଲ, କ୍ୟୁବା, ବୋଲିଭିୟା, ଇଷ୍ଟୋନିଆ, ଫିନ୍‌ଲାଣ୍ଡ, ଫ୍ରାନ୍ସ, ଆୟର୍ଲାଣ୍ଡ, ନେଦରଲାଣ୍ଡ୍‌ସ, ପତ୍ତୁ ର୍ଗାଲ, ୟୁରୋପୀୟ ସଂଘ, ବେଲଜିୟମ, ସ୍ପେନ୍‌, ସ୍ୱିଡେନ୍‌, ଇଟାଲୀ, ବାଂଲାଦେଶ, ମାଲାୱି, ଏରିଟ୍ରିୟା, କୋଟ୍ ଡି’ଆଇଭର, ଘାନା, ସେନେଗାଲ, ମାଲେସିଆ, ତାଜିକିସ୍ତାନ ଓ କିର୍ଗିିଜସ୍ତାନର ରାଷ୍ଟ୍ରଦୂତ ରହିଛନ୍ତି ।

ଏହି ୨୪ ଦେଶର ପ୍ରତିନିଧି ମଣ୍ଡଳ ନବନିର୍ବାଚିତ ଡିଡିସି ସଦସ୍ୟ ମାନଙ୍କ ସହ ଆଲୋଚନା କରିବେ । ଭାରତ ସରକାର ମଧ୍ୟ ଜାମ୍ମୁ-କାଶ୍ମୀରରେ ସଫଳ ଡିଡିସି ନିର୍ବାଚନକୁ ଘାଟିରେ ଗଣତନ୍ତ୍ର ପ୍ରତି ରହିଥିବା ଲୋକଙ୍କ ଭରସା ଏବଂ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ବାହ୍ୟଶକ୍ତିଙ୍କ ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନର ପ୍ରମାଣ ସ୍ୱରୂପ ବିଦେଶୀ ପ୍ରତିନିଧିଙ୍କ ଆଗରେ ଉପସ୍ଥାପନ କରିବେ ବୋଲି ଆଶା କରାଯାଉଛି । ସୁରକ୍ଷା ବାହିନୀ ମଧ୍ୟ ଜାମ୍ମୁକାଶ୍ମୀରରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଏବଂ ଏହାଦ୍ୱାରା ଧନଜୀବନ ହାନି ସମ୍ପର୍କରେ ୨୪ ଦେଶର ରାଷ୍ଟ୍ରଦୂତଙ୍କ ଦୃଷ୍ଟି ଆକର୍ଷଣ କରିବେ ।

Comments are closed.