ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟ କିଛି ବର୍ଗଙ୍କୁ ଟିକାକରଣରେ ସାମିଲ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଏସିଏସଙ୍କ ଚିଠି

ଭୁବନେଶ୍ୱର- ଗଣମାଧ୍ୟମ ପ୍ରତିନିଧିଙ୍କୁ ଟିକାକରଣରେ ସାମିଲ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଏସିଏସ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ସମ୍ମୁଖଭାଗ ଯୋଦ୍ଧା ଭାବେ କାମ କରୁଥିବା ଆଉ କିଛି ବର୍ଗଙ୍କୁ ମଧ୍ୟ ସାମିଲ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀଙ୍କୁ ଟିକାକରଣରେ ସାମିଲ କରିବା ପାଇଁ ଅନୁରୋଧ କରିଛନ୍ତି ଏସିଏସ । ବିଦ୍ୟୁତ, ଜଳ ଯୋଗାଣ କର୍ମଚାରୀ,ଏୟାରପୋର୍ଟ, ରେଳ ଓ ବନ୍ଦରରେ କାର୍ଯ୍ୟରତ କର୍ମଚାରୀଙ୍କୁ ଟିକାକରଣରରେ ସାମିଲ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଅନୁରୋଧ କରିଛନ୍ତି ଏସିଏସ ।

Comments are closed.