ରାଉରକେଲା ଏନଆଇିଟିର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

ରାଉରକେଲା- ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଉତ୍ସବକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି ଯେ, ଓଡିଶା କଳା ଓ ସଂସ୍କୃତି ପାଇଁ ପ୍ରସିଦ୍ଧ । କୋଣାର୍କର କାରୁକାର୍ଯ୍ୟ ଓ ଏହାର ଉତ୍କୃଷ୍ଟ ନିଦର୍ଶନ ବୋଲି ରାଷ୍ଟ୍ରପତି କହିଛନ୍ତି । ସେ କହିଛନ୍ତି ଯେ,ଏନଆଇଟି ଛାତ୍ରଛାତ୍ରୀଙ୍କ ଦେଶ ପ୍ରତି ଅନେକ ଅବଦାନ ରହିଛି । ଛାତ୍ରାଛାତ୍ରୀମାନେ ନିଜର ଲକ୍ଷ୍ୟ ପୂରଣ ଲାଗି ନିଜେ ନିଜ ପାଇଁ ରାସ୍ତା ପ୍ରସ୍ତୁତ କରନ୍ତୁ । ପରିବାର କିପରି ଗର୍ବ ଅନୁଭବ କରିବେ,ତାହା ଚିନ୍ତା କରନ୍ତୁ ବୋଲି ରାଷ୍ଟ୍ରପତି କହିଛନ୍ତି । ପୂର୍ବରୁ ରାଷ୍ଟ୍ରପତି କୋବିନ୍ଦ ଭୁବନେଶ୍ୱରରୁ ଝାରସୁଗୁଡାରେ ପଂହଚିଥିଲେ । ସେଠାରୁ ସେ ରାଉରକେଲା ଯାଇଥିଲେ ।

Comments are closed.