୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ କୋଭିଡ ଟିକାକରଣ ପାଇଁ ଏସିଏସଙ୍କ ଚିଠି

ଭୁବନେଶ୍ୱର- ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ କୋଭିଡ ଟିକାକରଣ ପାଇଁ ଏସିଏସ ରାଜ୍ୟର ସବୁ ଜିଲ୍ଲାପାଳ , ମ୍ୟୁନିସିପାଲ କମିଶନର ଓ ସିଡିଏମଙ୍କୁ ଚିଠି ଲେଖିଛନ୍ତି । ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲା କରିବାରୁ ଚିଠିଲେ ଉଲ୍ଲେଖ କରାଯାଇଛି । ୪୫ରୁ ୫୯ ବର୍ଷ ବ୍ୟକ୍ତିଙ୍କ ପାଇଁ ଡାକ୍ତରୀ ସାର୍ଟିଫିକେଟ ଆବଶ୍ୟକ ହେବ ନାହିଁ । ସୂଚନାଯୋଗ୍ୟ ଯେ, ଦେଶରେ କୋଭିଡ ଟିକାକରଣକୁ ଗତିଶୀଳ କରିବା ପାଇଁ ଏପ୍ରିଲରୁ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ।

Comments are closed.