କଟକ ସହରରେ ସ୍ଵରେଜ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯାନୁଷ୍ଠାନ: ଦୁଇ ଇଞ୍ଜିନିୟରଙ୍କ ବଦଳି, ଜୁନିଅର ଇଞ୍ଜିନିୟର ନିଲମ୍ବିତ

ମୃତକଙ୍କ ପରିବାର ପାଇଁ ଦଶ ଲଷ ଟଙ୍କା ଲେଖାଏ ସହାୟତା ଘୋଷଣା

ଭୁବନେଶ୍ୱର: ଗତକାଲି କଟକ ସହରରେ ସ୍ଵରେଜ କାମ ସମୟରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇବା ଏବଂ ଜଣେ ଗୁରୁତର ଅସୁସ୍ଥ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିବା ସହ ଦାୟିତ୍ୱ ରେ ଅବହେଳାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ ।

ତଦନୁଯାୟୀ ଘଟଣା ର ଆଜି ତଦନ୍ତ କରାଯାଇPHEOର Executive Engineer ତଥା watco GM ସୁଶାନ୍ତ ଘଡେଇ ,SDO and GM watco ସୁବାସ ରାଉତ ଙ୍କୁ ବଦଳି କରାଯାଇଥିବା ବେଳେ ଜୁନିୟର ଇଞ୍ଜିନିୟର ପ୍ରଦ୍ଯୋତ କୁମାର ସାହୁଙ୍କୁ ନିଲମ୍ବିତ କରାଯାଇଛି,
ତା ସହିତ ଜୁନିୟର ଇଞ୍ଜିନିୟର ସାହୁ ଏବଂ service provider ଦୀପକ ନାୟକଙ୍କ ବିରୁଦ୍ଧରେ CMC ପଷରୁ ଥାନାରେ FIR ଦିଆଯାଇଛି ।

ଏହି ଦୁର୍ଘଟଣା ରେ ମୃତକଙ୍କ ପରିବାର କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ,ସେମାନଙ୍କ ନିକଟତମ ଆଡ୍ମୀୟଙ୍କ ପାଇଁ ଦଶ ଲଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।

ଏହି ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଡି ଶିବା ଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୁଇ ଲଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।

Comments are closed.