ଅନିଲ ଦେଶମୁଖଙ୍କ ବିରୋଧରେ ଏଫଆଇଆର୍ ରୁଜୁ କଲା ସିବିଆଇ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ମାମଲାରେ ସିବିଆଇ ଏଫଆଇଆର ରୁଜୁ କରିଛି। ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ମୁମ୍ବାଇର ୧୦ରୁ ଅଧିକ ସ୍ଥାନରେ ଚଢାଉ କରିଛି । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଅଭିଯୋଗ ଆଣିଥିଲେ । ଏହାର ସିବିଆଇ ତଦନ୍ତ ଦାବି କରି ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏପ୍ରିଲ ୫ରେ ହାଇକୋର୍ଟ ଏହି ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଏହି ନିର୍ଦ୍ଦେଶ ଦେବାବେଳେ ହାଇକୋର୍ଟ କହିଥିଲେ ଯେ ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ଅନିଲ ଦେଶମୁଖ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଏବଂ ଏହି କାରଣରୁ ଏହି ମାମଲାର ତଦନ୍ତ ନିରପେକ୍ଷ ହେବା ଉଚିତ୍। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଅନିଲ ଦେଶମୁଖ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) କୋଟାରୁ ଗୃହମନ୍ତ୍ରୀ ଥିଲେ ଅନିଲ ଦେଶମୁଖ।

ଆଣ୍ଟିଲିଆ ମାମଲା ଏବଂ ସଚିନ ୱାଜେ ମାମଲାରେ ପରିଚାଳନାରେ ଅସନ୍ତୋଷ ପ୍ରକାଶ କରି ମହାରାଷ୍ଟ୍ର ସରକାର ପରମବୀର ସିଂଙ୍କୁ ମାର୍ଚ୍ଚ ୧୭ରେ ମୁମ୍ବାଇ ପୋଲିସ କମିଶନର ପଦରୁ ହଟାଇ ଦେଇଥିଲେ। ଏହି ପଦରୁ ହଟାଯିବା ପରେ ପରମବୀର ସିଂ ୨୦ ମାର୍ଚ୍ଚରେ ରାଜ୍ୟପାଳ ଭାଗବତ ସିଂ କୋଶିୟାରି ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ସେ ଦାବି କରିଥିଲେ ଯେ ଦେଶମୁଖ ମୁୁୁମ୍ବାଇର ବିିିଭିନ୍ନ ବାର୍ ଏବଂ ରେଷ୍ଟୁରାଣ୍ଟ ଗୁଡିିକରୁ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ ପୋଲିସ୍ ଅଧିକାରୀ ସଚିନ ୱାଜେଙ୍କୁ ଟାର୍ଗେଟ ଦେଇଥିଲେ ।

Comments are closed.