ଶ୍ରଦ୍ଧା ହତ୍ୟା ମାମଲା: ଅଭିଯୁକ୍ତ ଆଫତାବର ହେବ ନାର୍କୋ ଟେଷ୍ଟ, କୋର୍ଟ ଦେଲେ ଅନୁମତି 

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ଆଫାତାବ୍ ଆମିନ୍ ପୁନାଓ୍ବାଲାଙ୍କ ନାର୍କୋ ଟେଷ୍ଟ କରାଯିବ । ଏଥିପାଇଁ କୋର୍ଟ ଦିଲ୍ଲୀ ପୋଲିସକୁ ଅନୁମତି ଦେଇଛନ୍ତି।

ପୋଲିସର ସୂଚନାନୁସାରେ, ତାଙ୍କର ନାର୍କୋ-ଆନାଲିସିସ୍ କରାଯିବ। କାରଣ ସେ ପୋଲିସକୁ ଭୁଲ ତଥ୍ୟ ଦେଉଛନ୍ତି | ଆଫତାବ୍ ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରୁଛନ୍ତି |

ନିଜ ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିଥିବା ଆଫତାବ୍ ଏବେ ନାର୍କୋ ଟେଷ୍ଟ ଦ୍ଵାରା ସବୁ ସତ ଉଗାଳିବେ ବୋଲି ଆଶା କରାଯାଉଛି । ଆଫତାବଙ୍କ ନାର୍କୋ ଟେଷ୍ଟ ପାଇଁ ଦିଲ୍ଲୀ ପୋଲିସ ସାକେତ୍ କୋର୍ଟରେ ଆବେଦନ କରିଥିଲା। କୋର୍ଟ ଏଥିପାଇଁ ପୋଲିସକୁ ଅନୁମତି ଦେଇଛନ୍ତି।

ହତ୍ୟାକାଣ୍ଡ ବିଷୟରେ ମିଥ୍ୟା ତଥ୍ୟ ଦେଇ ସେ ପୈଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ପୋଲିସ ସନ୍ଦେହ କରୁଛି। ପଚରାଉଚରା ବେଳେ ଆଫତାବ୍ ପୁନାୱାଲା ବାରମ୍ବାର ନିଜର ବୟାନ ବଦଳାଇଥିଲା । ସେ ପ୍ରଥମେ କହିଥିଲେ ଯେ ସେ ଶ୍ରଦ୍ଧାଙ୍କ ମୋବାଇଲ୍ ଫୋନ୍ ମହାରାଷ୍ଟ୍ରରେ ଫିଙ୍ଗିଥିଲେ । ପରେ ଫୋନକୁ ଦିଲ୍ଲୀରେ ଫିଙ୍ଗିଛି ବୋଲି କହିଥିଲେ ।

ଅଭିଯୋଗ ଅନୁଯାୟୀ, ମେ ୧୮ରେ ଶ୍ରଦ୍ଧାଙ୍କ ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଆବତାବ୍ ମୃତଦେହକୁ ୩୫ ଖଣ୍ଡରେ କାଟି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ । ପ୍ରାୟ ୬ ମାସ ପରେ ଏହି ହତ୍ୟା ମାମଲାର ପର୍ଦ୍ଦାଫାସ୍ ହେବା ପରେ ଦିଲ୍ଲୀ ପୋଲିସ ନିକଟରେ ଆଫତାବଙ୍କୁ ଗିରଫ କରିଛି। ପୋଲିସର ପଚରାଉଚୁରା ବେଳେ ସେ ନିଜର ଅପରାଧ ସ୍ୱୀକାର କରିଥିଲା । ଆଫାତାବ କହିଛନ୍ତି ଯେ ଶ୍ରଦ୍ଧା ତାଙ୍କୁ ବିବାହ କରିବାକୁ ଚାପ ପକାଉଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ମେ ୧୮ରେ ପୁଣି ଏହି କାରଣରୁ ଉଭୟଙ୍କ ଝଗଡ଼ା ହୋଇଥିଲା । ଆଫତାବ୍ ଶ୍ରଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ ଏବଂ ପରେ ମୃତଦେହକୁ ୩୫ ଖଣ୍ଡରେ କାଟି ୧୮ ଦିନ ଯାଏଁ ଫ୍ରିଜରେ ରଖିଥିଲା ‌‌। ପରେ ମୃତଦେହ ଅଂଶକୁ ଗୋଟିଏ ପରେ ଗୋଟିଏ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲେ ।

Comments are closed.