ବିହାରରେ ମେ ୧୫ ଯାଏଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

ପାଟନା: କରୋନା ସଂକ୍ରମଣ ଓ ତଦ୍‌ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ବିହାରରେ ମେ ୧୫ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କରାଯାଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏଥିସହିତ ନୀତିଶଙ୍କ ନିର୍ଦ୍ଦେଶରେ ଗୃହ ବିଭାଗ ଲକ୍‌ଡାଉନ୍ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ମାର୍ଗ ଦର୍ଶିକା ଜାରି କରିଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ମାର୍ଗ ଦର୍ଶିକା ଅନୁଯାୟୀ ଲକ୍‌ଡାଉନ୍ ଅବଧିରେ ସବୁ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ବନ୍ଦ ରହିବ । ସିନେମା ହଲ ସହ ପାର୍କ, ଜିମ୍ ଏବଂ ସବୁ ଧାର୍ମିକ ସ୍ଥଳ ମଧ୍ୟ ବନ୍ଦ ରହିବ । ସବୁ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବି କଟକଣା ଜାରି କରାଯାଇଛି ।

ଅନାବଶ୍ୟକ ଯାତାୟତ ଉପରେ ରୋକ୍ ଲାଗିବ । ବିନା କାରଣରେ ବାହାରକୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ବିବାହରେ ୫୦ ଏବଂ ଅନ୍ତିମ ସଂସ୍କାଣରେ ୨୦ ଜଣ ଲୋକଙ୍କୁ ଅନୁମତି ମିିଳିବ ।

ଲକ୍‌ଡାଉନରେ ସବୁ ଆବଶ୍ୟକ ସେବା ଉପଲବ୍ଧ କରାଯିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି ।

Comments are closed.