ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଉପରେ ଲାଗିପାରେ ରୋକ୍‌, ମେ ୧୭ରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଭୟଙ୍କର ଦ୍ୱିତୀୟ ଲହରୀ ମଧ୍ୟରେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଚାଲିଛି । ଏହିସବୁ କାର୍ଯ୍ୟ ବନ୍ଦ କରିବା ପାଇଁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ୍ ଦାୟର କରାଯାଇଛି । ଏଥିରେ କୁହାଯାଇଛି ଯେ, କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ସତ୍ତ୍ୱେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଚାଲିଛି । ଏହାଦ୍ୱାରା ଶ୍ରମିକ ଓ ଅନ୍ୟ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି । ଏହି ସବୁ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ପିଟିସନରେ ଦାବି କରାଯାଇଛି । ଦିଲ୍ଲୀ ହାଇକୋର୍ଟ ଏହି ପ୍ରସଙ୍ଗରେ ମେ ୧୭ରେ ଶୁଣାଣି କରିବେ ।
ପ୍ରାୟ ୨୦ ହଜାର କୋଟି ଖର୍ଚ୍ଚରେ ହେବାକୁ ଥିବା ନୂଆ ସଂସଦ ଭବନ ନିର୍ମାଣ ୨୦୨୨ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । କରୋନାର ଭୟଙ୍କର ଦ୍ୱିତୀୟ ଲହରୀ ସତ୍ତ୍ୱେ ଏହାର କାର୍ଯ୍ୟକୁ ଅତ୍ୟାବଶ୍ୟକ ସେବା କହି କେନ୍ଦ୍ର ସରକାର ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । କରୋନାର ରେକର୍ଡ ସଂକ୍ରମଣ ମଧ୍ୟରେ ଏଭଳି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠିଛି ।

Comments are closed.