କୋଭିଡ ପରିଚାଳନା : ରାଜ୍ୟ ସରକାରଙ୍କ ଅଧିନକୁ ଆସିଲେ ଭିନ୍ନ ଭିନ୍ନ କ୍ୟାଡର ଡାକ୍ତର

ଭୁବନେଶ୍ୱର-କୋଭିଡ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ । ଭିନ୍ନ ଭିନ୍ନ କ୍ୟାଡର ଡାକ୍ତରଙ୍କୁ ରାଜ୍ୟ ସରକାରଙ୍କ ଅଧିନକୁ ଅଣାଯାଇଛି । ଏ ନେଇ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର ।

ଓଏଚଏମଏସ, ଓଏମଇଏସ, ଆୟୂଷ, ଦାନ୍ତ ଡାକ୍ତର, ପିଜି ଡାକ୍ତର, ପୋଷ୍ଟ ପିଜି ଡାକ୍ତର, ଇଂଟର୍ନ ଓ ଶେଷବର୍ଷ ଛାତ୍ର ରାଜ୍ୟ ସରକାରଙ୍କ ଅଧିନକୁ ଆସିଛନ୍ତି । ନର୍ସ ଓ ପାରାମେଡିକାଲ୍ ଷ୍ଟାଫ୍ ମଧ୍ୟ ସାମୟିକ ଭାବେ ରାଜ୍ୟ ସରକାରଙ୍କ ଅଧିନକୁ ଆସିଛନ୍ତି । ଏମାନେ ଷ୍ଟେଟ୍ ପୁଲ୍ ଦ୍ୱାରା ନିୟୋଜିତ ହେବେ ଓ କୋଭିଡ ପରିଚାଳନା ପାଇଁ ଏମାନଙ୍କୁ ନିୟୋଜିତ କରାଯିବ ।

Comments are closed.