ଡିଆରଡିଓ ଦ୍ବାରା ବିକଶିତ କୋଭିଡ ଔଷଧର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଦେଶରେ ଏହି ରୋଗର ମୁକାବିଲା ପାଇଁ ଆଉ ଏକ ଓଷଧକୁ ମଞ୍ଜୁରି ମିଳିଛି। ଡିଆରଡିଓ ଦ୍ବାରା ବିକଶିତ ଏହି କୋଭିଡ ଔଷଧ ‘୨-ଡିଅକ୍ସି-ଡି-ଗ୍ଲୁକୋଜ (୨-ଡିଜି)’ ର ଜରୁରୀକାଳୀନ ବ୍ୟବହାରକୁ ଭାରତର ଡ୍ରଗ୍ସ ନିୟନ୍ତ୍ରକ ଡିସିଜିଆଇ ଅନୁମତି ଦେଇଛନ୍ତି | ଡକ୍ଟର ରେଡ୍ଡୀସ୍ ଲାବୋରେଟୋରୀ ସହିତ ମିଳିତ ଭାବରେ ଡିଆରଡିଓ ଏହି ଓଷଧ ପ୍ରସ୍ତୁତ କରିଛି |

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, କ୍ଲିନିକାଲ ଟ୍ରାଏଲରୁ ଏହି ଔଷଧ ପ୍ରଭାବୀ ସାବ୍ୟସ୍ତ ହୋଇଛି । ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କୁ ଶୀଘ୍ର ସୁସ୍ଥ କରିବାରେ ‘୨-ଡିଓକ୍ସି-ଡି-ଗ୍ଲୁକୋଜ (୨-ଡିଜି)’ ସହାୟକ ହେବ । ଏହା ବ୍ୟତୀତ ଅକ୍ସିଜେନ ଉପରେ ରୋଗୀର ଅତ୍ୟଧିକ ନିର୍ଭରଶୀଳତାକୁ ମଧ୍ୟ ଏହି ଔଷଧ ହ୍ରାସ କରିବ | ଏହି ଔଷଧ ମଧ୍ୟମ ଏବଂ ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯାଇ ପାରିବ ।

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଡିଆରଡିଓ ଦ୍ୱାରା ବିକଶିତ ଏହି ଔଷଧ ପାଉଡର ଆକାରରେ ଏକ ପ୍ୟାକେଟରେ ଆସିଵ | ରୋଗୀ ଏହି କୋଭିଡ ଔଷଧକୁ ପାଣିରେ ମିଶାଇ ସେବନ କରିବେ ।

Comments are closed.