ପଦ୍ମପୁର ରେଜଲ୍ଟ ପୂର୍ବରୁ ଦଳର ପ୍ରମୁଖ ନେତାଙ୍କ ସହ ବିଜେଡି ସୁପ୍ରିମୋଙ୍କ ଆଲୋଚନା

ଭୁବନେଶ୍ୱର – ପଦ୍ମପୁର ଉପନିର୍ବାଚନ ଫଳାଫଳ ପ୍ରକାଶ ପୂର୍ବରୁ ଆଜି ନବୀନ ନିବାସରେ ପ୍ରମୁଖ ନେତାଙ୍କ ମଧ୍ୟରେ ବିଚାରବିମର୍ଷ ହୋଇଥିବା ଜଣାପଡିଛି। ୫୦ରୁ ଅଧିକ ବିଜେଡି ନେତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ କାର୍ଡ ଦେଇଛନ୍ତି | ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରଗଡ଼ ପର୍ଯ୍ୟବେକ୍ଷକଙ୍କ ସହ ପଦ୍ମପୁର ଦାୟିତ୍ୱରେ ଥିବା ନେତାଙ୍କୁ ନବୀନ ନିବାସ ଡକାଯାଇଥିଲା | ଆଉ ନବୀନ ନିବାସରେ ରୁଦ୍ଧ ଦ୍ୱାର ବୈଠକ ହୋଇଛି | ବୈଠକରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରଗଡ଼ ପର୍ଯ୍ୟବେକ୍ଷକ ସୁଧୀର ସାମଲ, ମନ୍ତ୍ରୀ ରୋହିତ ପୂଜାରୀ, ବିଧାୟକ ବ୍ରଜ ପ୍ରଧାନ ଓ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ | ବିଜେଡି ପଦ୍ମପୁରରେ ବିପୁଳ ଭୋଟରେ ଜିତିବା ବୋଲି ଦଳର ନେତା ସୁଧୀର ସାମଲ କହିଛନ୍ତି ।

Comments are closed.