ରାଜ୍ୟରେ ପୁଣି ୧୧ ହଜାର ଉପରକୁ ଦୈନିକ ସଂକ୍ରମଣ, ଦିନକରେ ୧୧୬୨୩ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୨୦୨୧

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୧ ହଜାର ୬୨୩ କୋରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୬ ହଜାର ୬୦୯ ଓ ସ୍ଥାନୀୟ ଅଞ୍ଚଳରୁ ୫ ହଜାର ୧୧୪ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୨୬ ହଜାର ୩କୁ ବୃଦ୍ଧି ପାଇଛି । ଏଯାଏଁ ୬ ଲକ୍ଷ ୧୨ ହଜାର ୯୯୩ ଜଣ ସୁସ୍ଥ ହେଲେଣି । ଚିକିତ୍ସାଧୀନ ଅଛନ୍ତି ୧ ଲକ୍ଷ ୧୦ ହଜାର ୩୭୩ ରୋଗୀ ।

ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ହଜାର ୨୧, କଟକ ଜିଲ୍ଲାରୁ ୯୯୮, ଅନୁଗୁଳରୁ ୮୩, ସୁନ୍ଦରଗଡରୁ ୬୯୯, ଯାଜପୁରରୁ ୫୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୫୦୮, ପୁରୀରୁ ୪୬୨, ଭଦ୍ରକରୁ ୪୬୧, ଢେଙ୍କାନାଳରୁ ୪୪୧,କଳାହାଣ୍ଡିରୁ ୩୫୨, ସମ୍ବଲପୁରରୁ ୩୪୨, ନୟାଗଡରୁ ୩୧୬, ଜଗତସିଂହପୁରରୁ ୩୧୫, ନବରଙ୍ଗପୁରରୁ ୩୦୦, ସୁବର୍ଣ୍ଣପୁରରୁ ୨୬୧, ବରଗଡରୁ ୨୫୭, ମୟୂରଭଞ୍ଜରୁ ୨୪୯, ରାୟଗଡାରୁ ୨୨୩, କୋରାପୁଟରୁ ୨୧୮, ବୌଦ୍ଧରୁ ୨୦୬, କେନ୍ଦ୍ରାପଡାରୁ ୧୯୮, ଝାରସୁଗୁଡାରୁ ୧୮୪, ବଲାଙ୍ଗୀରରୁ ୧୭୦, ଗଞ୍ଜାମରୁ ୧୫୮, କନ୍ଧମାଳରୁ ୧୪୧, କେନ୍ଦୁଝରରୁ ୧୩୩, ଗଜପତିରୁ ୭୬, ମାଲକାନଗିରରୁ ୭୩ ଓ ନୂଆପଡାରୁ ୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.