କେରଳରେ ମୌସୁମୀ, ରଜବେଳକୁ ଆସିବ ଓଡିଶା

ନୂଆଦିଲ୍ଲୀ – କେରଳରେ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦୁଇ ଦିନ ବିଳମ୍ବରେ ରାଜ୍ୟରେ ପ୍ରବେଶ କରିଛି ମୌସୁମୀ । କେରଳର ଦକ୍ଷିଣ ଭାଗକୁ ମୌସୁମୀ ସ୍ପର୍ଶ କରିଥିବା ନେଇ ଭାରତୀ ପାଣିପାଗ ବିଭାଗ ସୂଚନା ଦେଇଛି । ଦେଶରେ ଏଥର ମୌସୁମୀ ବର୍ଷା ସ୍ୱାଭାବିକ ବା ଅଧିକ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଚଳିତ ବର୍ଷ ୧୦୧ ପ୍ରତିଶତ ବର୍ଷା ହେବ । ରଜ ବେଳକୁ ମୌସୁମୀ ଓଡିଶାରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି ।

Comments are closed.