୧୦୦ ମିଟର ଦୌଡରେ ନୂଆ ଜାତୀୟ ରେକର୍ଡ ସତ୍ତ୍ୱେ ଦୂତିଚାନ୍ଦ ଅଳ୍ପକେ ଟୋକିଓ ଟିକେଟରୁ ବଂଚିତ

ପଟିଆଲା – ମହିଳା ୧୦୦ ମିଟର ଦୌଡରେ ନିଜର ହିଁ ଜାତୀୟ ରେକର୍ଡ ଭାଙ୍ଗିଥିଲେ ମଧ୍ୟ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି ସ୍ପ୍ରିଂଟର ଦୂତି ଚାନ୍ଦ । ପଟିଆଲାଠାରେ ଆୟୋଜିତ ଇଣ୍ଡିଆନ ଗ୍ରାଁପ୍ରି ଆଥଲେଟିକ୍ସ ମିଟର ୧୦୦ ମିଟର ଦୌଡରେ ଦୂତିଚାନ୍ଦ ନିଜର ହିଁ ଜାତୀୟ ରେକର୍ଡ ଭଙ୍ଗ କରିଥିଲେ । ଏହି ଇଭେଂଟର ହିଟ୍ସରେ ଦୂତି ୧୧ ଦଶମିକ ୧୭ ସେକେଣ୍ଡ ନେଇ ଦୌଡ ପୂରଣ କରିଥିଲେ, ଯାହା କି ଏକ ନୂଆ ଜାତୀୟ ରେକର୍ଡ । କିନ୍ତୁ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟାଇମିଂ ଥିଲା ୧୧ ଦଶମିକ ୧୫ । ଅଳ୍ପରେ ଟୋକିଓ ଅଲିମ୍ପିକ୍ସରୁ ବଂଚିତ ହୋଇଛନ୍ତି ଦୂତିଚାନ୍ଦ ।

Comments are closed.