ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ପାଖରୁ ମିଳିଳା ପୁଳା ପୁଳା ନଗଦ ଟଙ୍କା, ଭିଜିଲାନ୍ସର ଛାନବିନ

ରାୟଗଡ଼ା – ବିପୁଳ ପରିମାଣର ନଗଦ ଟଙ୍କା ନେଇଯାଉଥିବା ବେଳେ ରାୟଗଡାର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକଙ୍କୁ ଧରିଛନ୍ତି ଭିଜିଲାନ୍ସ ବିଭାଗ ଅଧିକାରୀ । କିଶୋର ଏକ ବ୍ୟାଗରେ ୫ ଲକ୍ଷ ୪ ହଜାର ୫୬୦ ଟଙ୍କା ନେଇ ବୁଲେଟରେ ଯାଉଥିବା ବେଳେ ପିଛା କରି ତାଙ୍କୁ ଅଟକାଇଥିଲେ ଭିଜିଲାନ୍ସ ଅଧିକାରୀ। ଏତେ ଟଙ୍କା କେମିତି ଆସିଲା, ସେ ନେଇ କୈାଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଅଟକ ରଖିଛି ଭିଜିଲାନ୍ସ। ତାଙ୍କ ପାଖରୁ ନଗଦ ଟଙ୍କା ଜବତ କରିବା ସହ ଅଧିକ ଖୋଳତାଡ ଜାରି ରଖିଛି ଭିଜିଲାନ୍ସ। ରାୟଗଡ଼ା ସହରର ମଙ୍ଗଳା ମନ୍ଦିର ସ୍ଥିତ କିଶୋରଙ୍କ ଭଡ଼ାଘରେ ଖାନତଲାସୀ ବେଳେ ଆଉ ୬ ଲକ୍ଷ ୩୦ ହଜାର ଟଙ୍କା ନଗଦ ମିଳିଛି । ଏଥିସହ ମୋଟ ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ନଗଦ କିଶୋରଙ୍କଠାରୁ ଜବତ ହୋଇଛି । କିଶୋରଙ୍କ ଭୁବନେଶ୍ୱର ପାତ୍ରପଡା କିଶୋର ବିହାର ଦ୍ୱିତୀୟ ବେଳରେ ଥିବା ତାଙ୍କ ସ୍ତ୍ରୀଙ୍କ ବାସଭବନ ଏବଂ ନବରଙ୍ଗପୁର ଜିଲ୍ଲା ମନ୍ତ୍ରୀଗୁଡା ସ୍ଥିତ ପୈତୃକ ଘରେ ମଧ୍ୟ ଖାନତଲାସୀ କରାଯାଉଛି। କିଶୋର ନାୟକଙ୍କୁ ଅଟକ ରଖି ଜେରା କରୁଛନ୍ତି ଭିଜିଲାନ୍ସ ଅଧିକାରୀ ।

Comments are closed.