କରୋନା ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ସମେତ ୬ ରାଜ୍ୟକୁ ଗଲେ କେନ୍ଦ୍ରୀୟ ଟିମ୍‌

‌ନୂଆଦିଲ୍ଲୀ: କରୋନା ସ୍ଥିତି ଯାଞ୍ଚ୍ କରିବା ପାଇଁ ଓଡ଼ିଶା ସମେତ ୬ ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ପଠାଯାଇଛି । ଏହି ରାଜ୍ୟ ଗୁଡିକରେ ଦୈନିକ କୋଭିଡ୍ ମାମଲା ଅଧିକ ରହିଛି । ଏହି ୬ ରାଜ୍ୟ ହେଲେ ଓଡ଼ିଶା, କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁର । ସଂକ୍ରମଣ ଖସୁନଥିବାରୁ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ କେନ୍ଦ୍ରୀୟ ଦଳ । ଏହି ସବୁ ରାଜ୍ୟ ଗୁଡିକରେ କୋଭିଡ୍ ସ୍ଥିତି ଅନୁଧ୍ୟାନ କରିବା ପରେ ଗୃହ ମନ୍ତ୍ରାଳୟକୁ ରିପୋର୍ଟ ଦେବେ କେନ୍ଦ୍ରୀୟ ଟିମ୍ ।

Comments are closed.