ବଡଦାଣ୍ଡରେ ଛାତ ଉପରୁ ରଥଯାତ୍ରା ଦେଖିପାରିବେ ନାହିଁ ଭକ୍ତ , ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ – ପୁରୀ ବଡଦାଣ୍ଡରେ ଥିବା ଛାତ ଉପରୁ ଭକ୍ତ ରଥଯାତ୍ରା ଦେଖିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି । ଏ ନେଇ ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି ପ୍ରଶାସନ । ଖୁଂଟିଆ ନିଯୋଗ ସହ ପୁରୀ ଜିଲ୍ଲାପାଳଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏଣେ ଆଜି ଅପରାହ୍ନ ସାଢେ ୪ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକ ବସିବ । ଏହି ବୈଠକରେ ରଥଯାତ୍ରା ବ୍ୟବସ୍ଥାବଳୀ ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

Comments are closed.