୬ ଲକ୍ଷ ଓଡିଆଙ୍କୁ ଘର ନଦେବାକୁ ବିଜେପିର ଷଡଯନ୍ତ୍ର : ବିଜେଡି

ଭୁବନେଶ୍ୱର: ରାଜ୍ୟର ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ୬ ଲକ୍ଷ ଓଡିଆ ଯେଭଳି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ( ଗ୍ରାମୀଣ ) ରେ ଘର ନପାଇବେ ସେଥିଲାଗି ଷଡଯନ୍ତ୍ର ହେଉଥିବା ଆଜି ବିଜେପି ନେତା ପୃଥୀରାଜ ହରିଚନ୍ଦନଙ୍କ ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ହୋଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଲଜ୍ୟାଜନକ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଛବି ମାହାଲି ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ମାହାଲି କହିଛନ୍ତି ଯେ ହରିଚନ୍ଦନ କାହିଁକି ଓଡିଶା ବିରୋଧୀ ? ସେ କାହିଁକି ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡିଶା ବିରୋଧୀ ? ସେ କାହିଁକି ଚାହୁଁ ନାହାଁନ୍ତି ଯେ ୬ ଲକ୍ଷ ଓଡିଆ କେବଳ ଏକ ମାସ ପାଇଁ ଆବାସ ପ୍ଲସ୍ ପୋର୍ଟାଲ୍ ଖୋଲି ସେମାନଙ୍କ ଘର ପାଆନ୍ତୁ ? ପ୍ରଥମେ , ହରିଚନ୍ଦନଙ୍କ ଦଳ କେବିକେ ଯୋଜନା , ବିଆରଜିଏ ଯୋଜନା ବନ୍ଦ କରି ଏଟି ପାଣ୍ଠିକୁ ବନ୍ଦ କରିଦେଲା ଏବଂ ବର୍ତ୍ତମାନ ରାଜ୍ୟର ଆଦିବାସୀ ତଥା ପଛୁଆ ଅଞ୍ଚଳ ପାଇଁ ଘର ଦେବାକୁ ବି ବନ୍ଦ କରୁଛନ୍ତି ।

ଯେତେବେଳେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ବିଶେଷ କରି ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ଲୋକଙ୍କୁ ୬ ଲକ୍ଷ ଅଧିକ ଘର ଯୋଗାଇବାକୁ ଚାହୁଁଛନ୍ତି ସେତେବେଳେ ହରିଚନ୍ଦନ ଏହାକୁ ଷଡଯନ୍ତ୍ର କରି ରୋକିବାକୁ ଚେଷ୍ଟା କରିବା ପରିବର୍ତ୍ତେ ଏଭଳି ପଦକ୍ଷେପକୁ ସମର୍ଥନ କରିବା ଉଚିତ୍ । କେତେବେଳେ ହରିଚନ୍ଦନ ଏବଂ ତାଙ୍କ ଦଳ ଏଭଳି ହୀନ ରାଜନୀତିରୁ ଉର୍ଦ୍ଧକୁ ଉଠି ଓଡ଼ିଶାର ସ୍ୱାର୍ଥ ପାଇଁ କଥା ହେବେ ବୋଲି ବିଜେଡି ପ୍ରବକ୍ତା ପ୍ରଶ୍ନ କରିଛନ୍ତି । ଆମେ ଦୃଢ ଭାବରେ ଦାବି କରୁଛୁ ଯେ ପଶ୍ଚିମ ଓ ଦକ୍ଷିଣ ଓଡିଶାର ଗରିବ ଓ ଆଦିବାସୀ ଲୋକମାନଙ୍କୁ ଘର ପାଇବାରୁ ବଞ୍ଚିତ ଲାଗି ହରିଚନ୍ଦନ ଯେଭଳି ଷଡଯନ୍ତ୍ର ରଚିଛନ୍ତି ସେଥପାଇଁ ସେ ସେମାନଙ୍କ ନିକଟରୁ କ୍ଷମା ମାଗି ନିଅନ୍ତୁ ବୋଲି ମାହାଲି କହିଛନ୍ତି ।

Comments are closed.