ହକି ବିଶ୍ୱକପ : ଆଜି ନବମ ସ୍ଥାନ ପାଇଁ ଜାପାନ ବିପକ୍ଷରେ ଖେଳିବ ଭାରତ

ରାଉରକେଲା – ହକି ବିଶ୍ୱକପରେ ଆଜି ପୋଜିସନାଲ ମ୍ୟାଚ ଖେଳାଯିବ । କ୍ରସଓଭର ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରି ଟାଇଟଲ ଦୈ।ଡରୁ ବାଦ ପଡ଼ିଥିବା ଭାରତୀୟ ଦଳ ।ଗୁରୁବାର ଅପରାହ୍ନରେ ଭାରତୀୟ ଦଳ ଜାପାନକୁ ଭେଟିବ ।ଏହି ମ୍ୟାଚ୍‌ ଅପରାହ୍ନ ୭ଟାରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ ଜିତିଲେ ଭାରତୀୟ ଦଳ ନବମ ସ୍ଥାନରେ ରହିବ। ଯଦି ଭାରତ ପରାସ୍ତ ହୁଏ, ତାହା ହେଲେ ଆସନ୍ତା ୨୮ ତାରିଖରେ ପୁଣି ପୋଜିସନ ମ୍ୟାଚ୍‌ ଖେଳିବ। ଆସନ୍ତାକାଲି ହକି ବିଶ୍ୱକପର ସେମିଫାଇନାଲ ଖେଳାଯିବ। ଭୁବନେଶ୍ଵରରେ ପ୍ରଥମ ସେମିଫାଇନାଲ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଖେଳାଯିବ । ଦ୍ଵିତୀୟ ସେମିଫାଇନାଲ ନେଦରଲ୍ୟାଣ୍ଡସ ଓ ବେଲଜିୟମ ମଧ୍ୟରେ ଖେଳାଯିବ ।

Comments are closed.