ଗଜପତି ଏସିଏଫ ସୌମ୍ୟ ମୃତ୍ୟୁ ଘଟଣା, ପତ୍ନୀଙ୍କୁ ଜେରା ପାଇଁ କପ୍ତିପଦା ଗଲା ପାରଳାଖେମୁଣ୍ଡି ପୋଲିସର ୬ ଜଣିଆ ଟିମ୍

ପାରଳାଖେମୁଣ୍ଡି – ଗଜପତି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢୁଥିବା ବେଳେ ୬ ଜଣିଆ ପୋଲିସ ଟିମ୍ ଅଧିକ ତଦନ୍ତ ପାଇଁ କପ୍ତିପଦା ଗସ୍ତ କରିଛନ୍ତି । ପୋଲିସ ଟିମ୍ ଏହି ମାମଲାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପଚରାଉଚରା କରିବ । ସୌମ୍ୟରଞ୍ଜନଙ୍କ ବାପା, ପୁଅର ମୃତ୍ୟୁ ପାଇଁ ବିଦ୍ୟାଭାରତୀଙ୍କ ପରିବାରକୁ ଦାୟୀ କରିଛନ୍ତି । ସୌମ୍ୟଙ୍କୁ ହତ୍ୟା କରାଯାଇଥିବା ପରିବାର ଅଭିଯୋଗ କରିଛନ୍ତି । ଗତ ୧୩ ତାରିଖରେ ସହକାରୀ ବନ ସଂରକ୍ଷକ ସୌମ୍ୟଙ୍କ ନିଆଁରେ ପୋଡି ହୋଇ ମୃତ୍ୟୁ ହୋଇଥିଲା ।

Comments are closed.