ରାଜ୍ୟର ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଉଦଘାଟିତ

କଟକ – ରାଜ୍ୟର ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଉଦ୍‌ଘାଟିତ ହୋଇଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱ।ଇ ଚନ୍ଦ୍ରଚୂଡ ଭର୍ଚୁଆଲ ହାଇକୋର୍ଟକୁ ଉଦଘାଟନ କରିଛନ୍ତି। ସମ୍ବଲପୁର, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଭଦ୍ରକ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, ବଲାଙ୍ଗୀର, କୋରାପୁଟ ଜିଲ୍ଲାର ଜୟପୁର, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ଭର୍ଚୁଆଲ ହାଇକୋର୍ଟ କାର୍ଯ୍ୟ କରିବ । ଓଡିଶା ଜୁଡିସିଆଲ ଏକାଡେମୀରେ ଆୟୋଜିତ ଉଦଘାଟନୀ ଉତ୍ସବରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓ ଅନ୍ୟ ବିଚାରପତିମାନେ ଉପସ୍ଥିତ ଥିଲେ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭର୍ଚୁଆଲ ମୋଡରେ ଭର୍ଚୁଆଲ ହାଇକୋର୍ଟ ସବୁ ଉଦଘାଟନ କରିଥିଲେ।

ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ଡିସେମ୍ବର ୧୪ର ନିର୍ଦ୍ଦେଶ ପାଳନ କରି ରାଜ୍ୟର ସମସ୍ତ ୩୦ଟି ଜଜ୍‌ସିପରେ ଉତ୍ସର୍ଗୀକୃତ ଭିସି କ୍ୟାବିନ ପ୍ରତିଷ୍ଠା ପାଇଁ ହାଇକୋର୍ଟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟର ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ କାର୍ଯ୍ୟ କରିବ। ଏଠାରେ ମାମଲାର ଇ-ଫାଇଲିଂ ଠାରୁ ଆରମ୍ଭ କରି ଭର୍ଚୁଆଲ ବ୍ୟବସ୍ଥାରେ ଶୁଣାଣି ପର୍ଯ୍ୟନ୍ତ ସୁବିଧା ରହିବ।

Comments are closed.