ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଓଡିଶା ରିଲେ ଟିମକୁ ସ୍ୱର୍ଣ୍ଣ, ଅଭିନନ୍ଦନ ଜଣାଇଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭୋପାଳ – ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଓଡ଼ିଶାର ୧୭ ବର୍ଷରୁ କମ ବାଳକ ଦଳ ୪ ଗୁଣା ୧୦୦ ମିଟର ରିଲେ ଦୋୖଡରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସ୍ୱର୍ଣ୍ଣ ପଦକ ବିଜୟୀ ଦଳର ଧାବକ ଜୟରାମ, ରାଜେନ୍ଦ୍ର, ନୀତୀଶ ଓ ଏମ. ରେୟା ସମସ୍ତେ ଓଡିଶା ରିଲାଏନ୍ସ ଫାଉଣ୍ଡେସନସ ଆଥଲେଟିକ୍ହ ହାଇ ପରଫରମାନସ ସେଣ୍ଟରର କ୍ୟାଡେଟ । ବିଜୟୀ ଓଡ଼ିଶା ଦଳକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଭିନନ୍ଦନ ଜଣାଇଛନ୍ତି । ଏହି କ୍ରୀଡାବିତମାନେ ଭବିଷ୍ୟତରେ ବି ଉଲ୍ଲେଖନୀୟ ସଫଳତା ହାସଲ କରି ଓଡିଶାକୁ ଗର୍ବିତ କରିବେ ବୋଲି ସିଏମଓ ପକ୍ଷରୁ କୁହାଯାଇଛି।

Comments are closed.