ଗୋପାଳର ସତ ପରୀକ୍ଷା କରିବ ମନସ୍ତତ୍ତ୍ୱବିତଙ୍କ ଟିମ୍ 

ଝାରସୁଗୁଡ଼ା – ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ତଦନ୍ତ ବେଳେ ସତ ନା ମିଛ କହୁଛି, ତାହା ଜାଣିବାକୁ ଝାରସୁଗୁଡାରେ ଏସସିବିର ୪ ଜଣିଆ ମନସ୍ତତ୍ୱବିତ୍ ପହଞ୍ଚିଛନ୍ତି । ଗୋପାଳର ମାନସିକ ସ୍ଥିତି ଜାଣିବାକୁ ଗଠନ ହୋଇଥିବା ମେଡିକାଲ ବୋର୍ଡ ଅଭିଯୁକ୍ତଙ୍କ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ କରିବେ । ଗୋପାଳର ମାନସିକ ସ୍ଥିତି ଠିକ୍ ରହୁନଥିବା କହିଥିଲେ ତାଙ୍କ ପରିବାର। ଏମିତିକି ଗୋପାଳ ଚିକିତ୍ସିତ ହେଉଥିବା ଡାକ୍ତର ମଧ୍ୟ ତାଙ୍କର ମାନସିକ ଅବସ୍ଥା ଠିକ୍ ରହୁନଥିବା କଥା କହିଥିଲେ । ଏହାପରେ ତଦନ୍ତ ବେଳେ ମାନସିକ ଅବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ନିକଟରେ ପୋଲିସ ଡିଜି ମଧ୍ୟ କହିଥିଲେ ଗୁଳି ମାଡ ବେଳେ ଗୋପାଳଙ୍କ ମାନସିକ ସ୍ଥିତି କଣ ଥିଲା ଜାଣିବାକୁ ଚେଷ୍ଟା କରାଯାଉଛି ।

Comments are closed.