ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୨ ହଜାରରୁ ତଳେ, ଦିନକରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୫

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୬୧୫ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୯୩୭ ଏବଂ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୬୭୮ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୨, କଟକରୁ ୨୨୯, ପୁରୀରୁ ୧୨୩, ବାଲେଶ୍ୱରରୁ ୯୮, ଜଗତସିଂହପୁରରୁ ୯୬, ଅନୁଗୁଳରୁ ୭୨, ଯାଜପୁରରୁ ୭୦, ଭଦ୍ରକରୁ ୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମୟୂରଭଞ୍ଜରୁ ୪୮, ନୟାଗଡରୁ ୪୨, କେନ୍ଦ୍ରାପଡାରୁ ୪୦, ସୁନ୍ଦରଗଡରୁ ୩୦, ଢେଙ୍କାନାଳରୁ ୩୦, ସମ୍ବଲପୁରରୁ ୧୬, କେନ୍ଦୁଝରରୁ ୧୫, କନ୍ଧମାଳରୁ ୧୪, ନବରଙ୍ଗପୁରରୁ ୧୨, ବୌଦ୍ଧରୁ ୧୧, ଝାରସୁଗୁଡାରୁ ୧୦, ଦେବଗଡରୁ ୯, ରାୟଗଡାରୁ ୯, ସୋନପୁରରୁ ୯, ଗଞ୍ଜାମରୁ ୭, ବଲାଙ୍ଗିରରୁ ୭ ନୂଆପଡାରୁ ୫, ମାଲକାନଗିରିରୁ ୪, କୋରାପୁଟରୁ ୪, କଳାହାଣ୍ଡିରୁ ୨ ଓ ଗଜପତିରୁ ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କୋରୋନରେ ଆକ୍ରାନ୍ତ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୯ ଲକ୍ଷ ୭୪ ୧୩୨କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୯ ଲକ୍ଷ ୫୧ ହଜାର ୪୯ ଜଣ ସୁସ୍ଥ ହୋଇସାରିଛନ୍ତି । ୧୭ ହଜାର ୨୬୨ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.