ରାଜ୍ୟରେ ଆଉ ୫ ହଜାର ଡ଼ାକ୍ତରଙ୍କୁ ନିଯୁକ୍ତି ଦିଆଯିବ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର – ଆଗାମୀ ଦିନରେ ରାଜ୍ୟରେ ୫ ହଜାର ଡ଼ାକ୍ତରଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର। ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ବିଧାନସଭାର ପ୍ରଶ୍ନକାଳରେ ସ୍ୱାସ୍ଥ୍ୟସେବା ପ୍ରସଙ୍ଗରେ ସଦସ୍ୟମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ବିଭାଗୀୟ ମନ୍ତ୍ରୀ।

ରାଜ୍ୟରେ ସରକାରୀ ଡାକ୍ତରଖାନାରେ ଶଯ୍ୟା ଅଭାବ ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ, ଶଯ୍ୟା ତୁଳନାରେ ରୋଗୀଙ୍କ ସଂଖ୍ୟା ବଢ଼ିଲେ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯାଉଛି। ଶଯ୍ୟା ଅଭାବରୁ କାହାକୁ ଫେରାଇ ଦିଆଯାଉ ନାହିଁ। ୨୦୧୭-୨୦୧୮ରୁ ୨୦୨୨-୨୦୨୩ ମଧ୍ୟରେ ୧୭ ହଜାର ୧୩୦ରୁ ୨୫ ହଜାର ୬୫୦ ବେଡ ବୃଦ୍ଧି କରାଯାଇଛି। ଆଗାମୀ ଆର୍ଥିକ ବର୍ଷରେ ୨୧ ହଜାର ୩୪୨ ଶଯ୍ୟା ବଢ଼ାଇବାକୁ ନୀତିଗତ ନିଷ୍ପତ୍ତି ହୋଇଛି ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି।

Comments are closed.