ଇତିହାସ ରଚିଲେ ହେକାନି ଜଖାଲୁ, ପ୍ରଥମ ମହିଳା ଭାବେ ନାଗାଲାଣ୍ଡ ବିଧାନସଭାକୁ ହେଲେ ନିର୍ବାଚିତ

କୋହିମା: ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଦିମାପୁର ତୃତୀୟ ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇ ଇତିହାସ ରଚିଛନ୍ତି ହେକାନି ଜଖାଲୁ । ହେକାନି ନ୍ୟାସନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗ୍ରସିଭ୍ ପାର୍ଟି (ଏନଡିପିପି) ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ସେ ୧୫୩୬ ଭୋଟରେ ଲେଜେପି (ରାମ ବିଳାସ)ର ଅଜେଟୋ ଜିମୋମିଙ୍କୁ ପରାସ୍ତ କରିଥିଲେ | ଏହାଛଡ଼ା ପଶ୍ଚିମ ଅଙ୍ଗାମି ଆସନରୁ ଏନଡିପିପିର ଆଉ ଜଣେ ମହିଳା ପ୍ରାର୍ଥୀ ସଲହୁଟୁନୁ କ୍ରୁସେ ମଧ୍ୟ ଜିତିଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ କେନେଜାଖୋ ନାକ୍ରୋଙ୍କୁ ୧୨ଟି ଭୋଟରେ ପରାସ୍ତ କରିଥିଲେ । ଏଥର ନାଗାଲାଣ୍ଡରେ ​​କେବଳ ଚାରିଜଣ ମହିଳା ପ୍ରାର୍ଥୀ ନିର୍ବାଚନ ଲଢିଥିଲେ ।

Comments are closed.