ମୁଖ୍ୟମନ୍ତ୍ରୀଙ୍କ ଆଜି ବରଗଡ଼ ଜିଲ୍ଲା ଗସ୍ତ, ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି

ବରଗଡ଼: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ରୋଡ଼ ଶୋ କରିବେ । ଏନେଇ ଜିଲ୍ଲା ପ୍ରଶାସନ ତଥା ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସୁରକ୍ଷା ଦୃଷ୍ଟି କୋଣରୁ ବରଗଡ଼ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୪ ଜଣ ଆଡିସନାଲ ଏସପି , ୭ ଜଣ ଡିଏସ୍‌ପି , ୨୦ ଜଣ ଇନକେଟର୍‌ , ୧୦୦ ଜଣ ଏ ଏସଆଇ ଏବଂ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Comments are closed.