ମୁଁ ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ବଦନାମ କରୁଛନ୍ତି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ପୁଣି ବିଦେଶୀ ମାଟିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ବିଦେଶରେ ନିଜ ଦେଶକୁ ବଦନାମ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିବା ପରେ ରାହୁଲ ପାଲଟା ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଭାରତକୁ ଅପମାନ କରୁଛନ୍ତି। ସେମାନେ ମୋର ଜେଜେ ବାପା-ଜେଜେମାଙ୍କୁ ମଧ୍ୟ ଅପମାନ କରିଛନ୍ତି। କେମ୍ବ୍ରିଜ୍ ଅଭିଭାଷଣରେ ସେ କିଛି ଭୁଲ୍ କହି ନାହାଁନ୍ତି। ବିଜେପି ସବୁକଥା ଅତିରଞ୍ଜିତ କରିବାକୁ ପସନ୍ଦ କରେ ବୋଲି ରାହୁଲ କହିଛନ୍ତି ।

ଭାରତକୁ ସେ ବଦନାମ କରୁଛନ୍ତି ବୋଲି ବିଜେପିର ଅଭିଯୋଗ ଜବାବରେ ରାହୁଲ ଲଣ୍ଡନରେ ଇଣ୍ଡିଆନ୍ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ଇଭେଣ୍ଟରେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ନିଜେ କହିଛନ୍ତି ଯେ ଗତ ୬୦-୭୦ ବର୍ଷ ମଧ୍ୟରେ କିଛି କରାଯାଇ ନାହିଁ । ଏପରି କହି ସେ ସମସ୍ତ ଭାରତୀୟ ଏବଂ ତାଙ୍କ ଜେଜେ ବାପା-ଜେଜେମାଙ୍କୁ ଅପମାନିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହି ସବୁ କଥା ବିଦେଶୀ ମାଟିରେ କହିଛନ୍ତି ।

ନିକଟରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ମୋଦୀ ସରକାର ଉପରେ ଆକ୍ରମଣ କରି ଭାରତରେ ଗଣତନ୍ତ୍ର ବିପଦରେ ବୋଲି କହିଥିଲେ । ପେଗାସସ୍ ସଫ୍ଟୱେର ଦ୍ବାରା ତାଙ୍କ ଫୋନ ଉପରେ ଗୁଇନ୍ଦାଗିରି କରାଯାଉଥିଲା । ଭାରତରେ ଗଣମାଧ୍ୟମ ଏବଂ ନ୍ୟାୟପାଳିକା ସମ୍ପୂର୍ଣ୍ଣ ମୋଦୀ ସରକାର ନିୟନ୍ତ୍ରଣରେ ଅଛନ୍ତି । ବିରୋଧୀ ଦଳ ନେତାମାନଙ୍କ ବିରୋଧରେ ଜାଣିଶୁଣି ଅପରାଧିକ ମାମଲା ଦାୟର କରାଯାଉଛି। ମୋ’ ବିରୋଧରେ ମଧ୍ୟ ଏପରି ଅନେକ କେଶ୍ କରାଯାଇଛି ବୋଲି ରାହୁଲ ଅଭିଯୋଗ କରିଥିଲେ ।

ରାହୁଲଙ୍କ ଏପରି ଅଭିଯୋଗ ପରେ ବିଜେପି ତାଙ୍କୁ ସମାଲୋଚନା କରିଥିଲା । ବିଦେଶରେ ରାହୁଲ ନିଜ ଦେଶକୁ ବଦନାମ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଥିଲା ।

Comments are closed.