ଆଜି ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ, ସୁନ୍ଦରଗଡ଼ ଜିଲ୍ଲାରେ ୯୦୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ରାଉରକେଲା ଗସ୍ତ କରିବେ। ମୁଖ୍ୟମନ୍ତ୍ରୀ ଅପରାହ୍ନ ୫ଟା ୨୦ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବା ପରେ ୫ଟା ୩୦ ମିନିଟରେ ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମର ଉଦଘାଟନ କରିବେ। ସୁନ୍ଦରଗଡ଼ ଜିଲ୍ଲା ପାଇଁ ୯୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

ସଂଧ୍ୟା ୫ଟା ୫୦ ମିନିଟରେ ୱାର୍ଲଡ କପ୍‌ ଭିଲେଜ ଯିବେ ମୁଖ୍ୟମନ୍ତ୍ରୀ । ୬ଟା ୫୫ ମିନିଟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚି ଏଫଆଇଏଚ ପ୍ରୋ ଲିଗ୍ ହକି ଉଦଘାଟନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଦର୍ଶକ ବସିବା କ୍ଷମତା ଦୃଷ୍ଟିରୁ ବିଶ୍ୱର ବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପାଇଁ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ ସାର୍ଟିଫିକେଟ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ।

Comments are closed.