ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ସଂସଦରେ ହଙ୍ଗାମା, କ୍ଷମା ମାଗିବାକୁ ଦାବି କଲା ବିଜେପି

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ସୋମବାର ଠାରୁ ଆରମ୍ଭ ହୋଇଥିବା ବେଳେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ହଙ୍ଗାମା ଦେଖିବାକୁ ମିଳିଛି । ଶାସକ ବିଜେପି ଏହି ମାମଲାରେ କଂଗ୍ରେସକୁ ଟାର୍ଗେଟ କରିଛି । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ତାଙ୍କ ଅଭିଭାଷଣରେ ରାହୁଲ ଗାନ୍ଧୀ ସଂସଦରେ ବିରୋଧୀ ସଦସ୍ୟଙ୍କ ମାଇକ ବନ୍ଦ କରାଯାଉଛି ବୋଲି ଅଭିଯୋଗ କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାହୁଲ ଗାନ୍ଧୀଙ୍କ ଏପରି ମନ୍ତବ୍ୟକୁ ନିନ୍ଦା କରିବା ସହ ଗୃହରେ ସେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ।

ରାହୁଲ ଗାନ୍ଧୀଙ୍କ ବୟାନକୁ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ସମାଲୋଚନା କରିଥିଲେ। ପୀୟୁଷ ଗୋୟଲ କହିଥିଲେ ଯେ ଜଣେ ବିରୋଧୀ ଦଳର ନେତା ବିଦେଶ ଯାଇ ଭାରତୀୟ ଗଣତନ୍ତ୍ର ଉପରେ ଆକ୍ରମଣ କରନ୍ତି। ସେ ଭାରତ ଏବଂ ସଂସଦର ଲୋକଙ୍କୁ ଅପମାନିତ କରିଛନ୍ତି। ଭାରତରେ ବାକ୍ ସ୍ୱାଧୀନତା ଅଛି ଏବଂ ସାଂସଦମାନେ ସଂସଦରେ କହିପାରିବେ | ରାହୁଲ ଗାନ୍ଧୀ ସଂସଦରେ କ୍ଷମା ମାଗିବା କରିବା ଉଚିତ୍।

ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ପ୍ରଥମେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଓ ପରେ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। କଂଗ୍ରେସ ସଭାପତି ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ଦେଶରେ ମନମୁଖୀ ଶାସନ ଚାଲିଛି। ସେ କହିଛନ୍ତି, “ମୋଦୀ ଶାସନ ଅମଳରେ ଗଣତନ୍ତ୍ରକୁ ଧ୍ବସ୍ତ କରାଯାଉଛି। ଆମେ ଆଦାନୀ ମାମଲାରେ ଜେପିସି ତଦନ୍ତ ଦାବି କରୁଛୁ। ଗୃହର ନେତାଙ୍କ ବୟାନକୁ ନିନ୍ଦା କରୁଛୁ ।

Comments are closed.