୩ ଦେଶୀ ବନ୍ଧୁକ, ପ୍ରସ୍ତୁତି ସାମଗ୍ରୀ ଜବତ କଲା ଜଗନ୍ନାଥପ୍ରସାଦ ଥାନା ପୋଲିସ 

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପୋଲିସ ୩ ଦେଶୀ ବନ୍ଧୁକ ସହ ମାରଣାସ୍ତ୍ର ପ୍ରସ୍ତୁତି ପାଇଁ ବ୍ୟବହୃତ ବିପୁଳ ସାମଗ୍ରୀ ଜବତ କରିଛି। ଗଞ୍ଜାମ ଏସପି ଜଗମୋହନ ମୀନାଙ୍କ ତତ୍ତ୍ୱାବଧାନରେ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତକୁ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଅଞ୍ଚଳରୁ କାବୁ କରାଯାଇଛି। ଗତ ମାସ ୨୬ ତାରିଖରେ ଜଗନ୍ନାଥପ୍ରସାଦ ଥାନା ପୋଲିସ ଗୋଟିଏ ବେଆଇନ ଦେଶୀ ବନ୍ଧୁକ ଜବତ କରିଥିଲା। ଥାନାରେ କେସ୍ ନମ୍ବର ୧୨୬/୨୦୨୩ ଆର୍ମସ୍ ଆକ୍ଟ ଦଫା ୨୫ ରୁଜୁ କରାଯାଇଥିଲା।

ଉକ୍ତ ମାମଲାର ତଦନ୍ତ କରି ପୋଲିସ ଦେଶୀ ବନ୍ଧୁକ ପ୍ରସ୍ତୁତି ଓ ବେଆଇନ କାରବାରର ମୁଖ୍ୟ ଅଭିଯୁକ୍ତକୁ ଠାବ କରିବାରେ ସଫଳତା ପାଇଥିଲା। ପରେ ତାକୁ କାବୁ କରିବା ସହ ଆଉ ୩ଟି ହାତ ତିଆରି ବନ୍ଧୁକ ସହ ମାରଣାସ୍ତ୍ର ତିଆରିରେ ବ୍ୟବହୃତ ବହୁ ସାମଗ୍ରୀ ଜବତ କରିଛି। ମାମଲାର ଅଧିକ ତଦନ୍ତ ଚାଲୁ ରଖିଛି ପୋଲିସ। ଆଉ କେଉଁମାନେ ସମ୍ପୃକ୍ତ, କେଉଁମାନେ ବନ୍ଧୁକ କିଣାବିକା କରୁଥିଲେ ସେମାନଙ୍କୁ ଧରିବାକୁ ପୋଲିସ ତନାଘନା ଚଳାଇଛି।

Comments are closed.