ପ୍ରଫେସର ଅମିୟ କୁମାର ରଥ ବିପିୟୁଟିର ନୂଆ କୁଳପତି ନିଯୁକ୍ତ

ଭୁବନେଶ୍ୱର -ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ -ବିପିୟୁଟିର ନୂଆ କୁଳପତି ଭାବେ ପ୍ରଫେସର ଅମିୟ କୁମାର ରଥଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରଫେସର ରଥଙ୍କୁ ବିପିୟୁଟି କୁଳପତି ଭାବେ ପାଞ୍ଚ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି।

ପ୍ରଫେସର ଅମିୟ କୁମାର ରଥ ବର୍ତ୍ତମାନ ବେଙ୍ଗାଳୁରୁ ସ୍ଥିତ ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ୍ ଏକ୍ରେଡିସନ କାଉନସିଲ – ଏନ ଏଏସିର ଉପଦେଷ୍ଟା ଅଛନ୍ତି। ଶିକ୍ଷାଦାନ କ୍ଷେତ୍ରରେ ପ୍ରଫେସର ରଥଙ୍କ ୩୩ ବର୍ଷର ଅଭିଜ୍ଞତା ରହିଛି। ସେ ମଧ୍ୟ ୯ଟି ପୁସ୍ତକର ରଚୟିତା।

Comments are closed.