ନିୟମ ଭଙ୍ଗ କରି ଗାଡ଼ି ଚଳାଇଲେ ସ୍କୁଲପିଲାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର – ସ୍କୁଲ ଛାତ୍ରଛାତ୍ରୀ ଗାଡି ଚଳାଉଥିଲେ ସାବଧାନ। ମୋଟର ଆଇନ ୧୯-ଇ ଆଧାରରେ ନିୟମ ଉଲ୍ଲଙ୍ଘନ କଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ଯାନୁଷ୍ଠାନ ହେବ। ୨୫ ହଜାର ଟଙ୍କା ପର୍ଯ୍ଯନ୍ତ ମଧ୍ୟ ଜୋରିମାନା ବି ଦେବାକୁ ପଡ଼ିବ। ଏପରିକି ଗାଡି ମାଲିକ କିମ୍ବା ଅଭିଭାବକଙ୍କୁ ଜେଲ ଦଣ୍ଡ ଭୋଗିବାକୁ ମଧ୍ଯ ପଡିପାରେ। ଏଥିସହ ୨୫ ବର୍ଷ ପର୍ଯ୍ଯନ୍ତ ସମ୍ପୃକ୍ତ ନବାଳକଙ୍କୁ ଗାଡି ଲାଇସେନ୍ସ ମିଳିବ ନାହିଁ।

ଗତ ତିନିଦିନ ହେବ ମଦ୍ୟପ ଗାଡିଚାଳକଙ୍କ ବିରୋଧରେ ପରିବହନ ବିଭାଗ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି। ସାରା ରାଜ୍ୟରେ ମୋଟ ୭୬୩ ମାମଲା ହୋଇଛି। ଆସନ୍ତାକାଲି ସାରା ରାଜ୍ୟରେ ପୁଣି ଯାଞ୍ଚ କଡାକଡି କରାଯିବ। ମୁଖ୍ୟତଃ ଗାଡି ଚଲାଉଥିବା ସମୟରେ ନିଶା ସେବନ କରିବା, ବିନା ହେଲମେଟରେ ଗାଡି ଚଳାଇବା, ଦ୍ରୁତ ଗତିରେ ଗାଡି ଚାଳନା ଉପରେ ନଜର ରଖାଯିବ। ଏପ୍ରିଲ ପହିଲାରୁ ୭ ତାରିଖ ଯାଏଁ ପରିବହନ ବିଭାଗ ଜିରୋ କାଜୁଆଲିଟି ଉପରେ ଗୁରୁତ୍ବ ଦେଇଛି। ଏହି ୭ ଦିନ ରାଜ୍ୟର ବିଭିନ୍ନ ଜିଲାରେ ଚଢ଼ାଉ କରାଯିବ। ଏ ନେଇ ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି।

Comments are closed.