ନିଃସ୍ୱାର୍ଥପର ବୀରତା ସଦା ପ୍ରେରଣାଦାୟୀ: ଦକ୍ଷିଣାଞ୍ଚଳ ଆଇଜି

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଜିଲ୍ଲା ତରଫରୁ ୮୮ତମ ପୋଲିସ ପ୍ରତିଷ୍ଠା ଦିବସ ଶନିବାର ପୂର୍ବାହ୍ନରେ ଆମ୍ବପୁଆସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ପାଳନ କରାଯାଇଛି। ବ୍ରହ୍ମପୁର ଜିଲ୍ଲା ପୋଲିସ ବାହିନୀ ଦ୍ଵାରା ଅନୁଷ୍ଠିତ ପ୍ୟାରେଡରେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଅଭିବାଦନ ଗ୍ରହଣ କରିଥିଲେ। ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ୍ ମଧ୍ୟ ଉପସ୍ଥିତ ଥିଲେ। ଆଇଜି ନିଜ ଉଦବୋଧନରେ କହିଥିଲେ ଯେ ଓଡ଼ିଶା ପୋଲିସ ବାହିନୀର ନିଃସ୍ୱାର୍ଥପର ବୀରତା ସଦା ପ୍ରେରଣାଦାୟୀ। ସେମାନେ ସାହାସିକତା, ଜନସେବା ଆଦି ସମସ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇ ଆସିଛନ୍ତି। ଏହି ଅବସରରେ ୫ ଜଣ ପୋଲିସ ଅଧିକାରୀଙ୍କୁ ସେମାନଙ୍କ କାର୍ଯ୍ୟ ଦୃଷ୍ଟିରୁ ସମ୍ବର୍ଦ୍ଧିତ କରାଯାଇ ଥିଲା।

Comments are closed.