କାଞ୍ଝାଓ୍ବାଲା ମାମଲାରେ ୮୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଶନିବାର କାଞ୍ଝାଓ୍ବାଲା ହିଟ୍ ଆଣ୍ଡ ରନ୍ ମାମଲାରେ ୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ୮୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି।

ତଦନ୍ତ ଶେଷ ହେବା ପରେ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ୧୧୭ ସାକ୍ଷୀଙ୍କ ବୟାନ ଆଧାରରେ ପୋଲିସ ଏହି ମାମଲାରେ ୮୦୦ ପୃଷ୍ଠାର ଏକ ଚାର୍ଜ ସିଟ୍ ପ୍ରସ୍ତୁତ କରିଛି |

ଏହି ମାମଲାରେ ପୋଲିସ ଦୀପକ ଖାନ୍ନା, ଅମିତ ଖାନ୍ନା, କ୍ରିଷ୍ଣା, ମିଥୁନ ଏବଂ ମନୋଜ ମିତ୍ତଲଙ୍କୁ ଗିରଫ କରିଥିଲା। ଅନ୍ୟ ଦୁଇ ଅଭିଯୁକ୍ତ ଆଶୁତୋଷ ଭରଦ୍ୱାଜ ଏବଂ ଅଙ୍କୁଷଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ । ଦୀପକ ଖାନ୍ନା ଜାମିନ ଆବେଦନ ଖାରଜ ହୋଇଥିଲା ।

ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସାନିଆ ଦଲାଲ ଏହି ମାମଲାର ଚୂଡାନ୍ତ ତଦନ୍ତ ରିପୋର୍ଟ ଉପରେ ଶୁଣାଣି ପାଇଁ ଏପ୍ରିଲ ୧୩କୁ ଦିନ ଧାର୍ଯ୍ୟ କରିଛନ୍ତି।

ଜାନୁୟାରୀ ୩୧, ୨୦୨୨ ରାତିରେ ଦିଲ୍ଲୀର ସୁଲତାନପୁରୀରେ ଜଣେ ୨୦ ବର୍ଷ ବୟସ୍କା ସ୍କୁଟି ଆରୋହୀ ଅଞ୍ଜଳିଙ୍କୁ ଏକ କାର୍ ଧକ୍କା ଦେବା ସହ ତାଙ୍କୁ ପ୍ରାୟ ୧୩ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା | ଅଞ୍ଜଳିଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ କାଞ୍ଝାଓ୍ବାଲାରେ ମିଳିଥିଲା । କାର୍ ତଳେ ଘୋଷାଡି ହେବା ଯୋଗୁଁ ମସ୍ତିଷ୍କ, ମେରୁଦଣ୍ଡ ଓ ଅଣ୍ଟାରେ ଆଘାତରୁ ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିଲା ।

Comments are closed.