ଶିଶୁ ଓ କିଶୋରଙ୍କ ମଧ୍ୟରେ ସଂକ୍ରମଣ ପ୍ରସଙ୍ଗ : ଡିଏମଇଟି କହିଲେ, ରାଜ୍ୟରେ ତୃତୀୟ ଲହର ଭଳି ସ୍ଥିତି ନାହିଁ

ଭୁବନେଶ୍ୱର- ବର୍ତ୍ତମାନ ରାଜ୍ୟରେ କୋରୋନାର ତୃତୀୟ ପ୍ରବାହ ଭଳି ସ୍ଥିତି ନାହିଁ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଦୁଇ ଦିନରେ ରାଜ୍ୟରେ ୧୮ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏହା କହିଛନ୍ତି ଡିଏମଇଟି । ସେ କହିଛନ୍ତି ଯେ, ଦେଶରେ ମାତ୍ର ୧୨ ପ୍ରତିଶତ ଶିଶୁ କୋରୋନା ଆକ୍ରାନ୍ତ ହେଉଛନ୍ତି । ଏପରିକି ଆକ୍ରାନ୍ତ ହେଲେ ମଧ୍ୟ ଶିଶୁଙ୍କଠାରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉ ନାହିଁ । ୧୮ ବର୍ଷରୁ କମ୍ ପିଲାଙ୍କୁ ଟିକା ଦିଆଯାଇ ନ ଥିବାରୁ ସେମାନଙ୍କ ମଧ୍ୟରେ ସଂକ୍ରମଣ ସମ୍ଭାବନା ଅଧିକ ରହୁଥିବା ଡିଏମଇଟି କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୪ ଜଣ ଶିଶୁ ଓ କିଶୋର କୋଭିଡ ପଜିଟିଭ ହୋଇଛନ୍ତି । ଦିନକ ଆଗରୁ ୧୩୮ ଜଣ ଶିଶୁ ଓ କିଶୋର କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ରାଜ୍ୟ ସରକାର ପ୍ରଥମ କରି ଗତକାଲିଠାରୁ ଶିଶୁ-କିଶୋରଙ୍କ ମଧ୍ୟରେ ସଂକ୍ରମଣ ସଂପର୍କିତ ତଥ୍ୟ ଦେବା ଆରମ୍ଭ କରିଛନ୍ତି ।

Comments are closed.