ଅବକାରୀ ଦୁର୍ନୀତି ମାମଲା: କେଜ୍ରିୱାଲଙ୍କୁ ୯ ଘଣ୍ଟା ଜେରା

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରବିବାର ସିବିଆଇ ପ୍ରାୟ ସାଢ଼େ ୯ ଘଣ୍ଟା ଜେରା କରିଛି। କେଜ୍ରିୱାଲ ଆଜି ଦିନ ୧୧ଟା ସମୟରେ ଦିଲ୍ଲୀର ବହୁ କ୍ୟାବିନେଟ୍ ମନ୍ତ୍ରୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ସହ ସିବିଆଇ ମୁଖ୍ୟାଳୟରେ ପହଞ୍ଚିଥିଲେ।

ଜେରା ସରିବା ପରେ କେଜ୍ରିୱାଲ ଯେତେବେଳେ ସିବିଆଇ ମୁଖ୍ୟାଳୟରୁ ବାହାରିଲେ, ତାଙ୍କୁ ବହୁ ସଂଖ୍ୟକ ଆପ୍ କର୍ମଚାରୀ ପାଛୋଟି ନେଇଥିଲେ। ଜେରା ସରିବା ପର୍ଯ୍ୟନ୍ତ ଆପ୍ ନେତା ଓ କର୍ମୀମାନେ ସିବିଆଇ ମୁଖ୍ୟାଳୟ ବାହାରେ ଧାରଣାରେ ବସି ରହିଥିଲେ।

ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ପ୍ରଥମ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜେରା କରିଛି। କେଜ୍ରିୱାଲଙ୍କୁ କେନ୍ଦ୍ରୀୟ ଏଜେନ୍ସି ଏପ୍ରିଲ ୧୪ରେ ସମନ୍ ଜାରି କରିଥିଲା।

ଅବକାରୀ ନୀତି ଅନିୟମିତତା ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ପୂର୍ବରୁ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିସାରିଛି। ପ୍ରାୟ ୮ ଘଣ୍ଟା ଜେରା ପରେ ତାଙ୍କୁ ଫେବୃଆରୀ ୨୬ରେ ସିବିଆଇ ଗିରଫ କରିଥିଲା। ପୁଣି ଏହି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ କେସରେ ଇଡି ମଧ୍ୟ ସିସୋଦିଆଙ୍କୁ ଗିରଫ କରିଥିଲା । ସିସୋଦିଆ ସମ୍ପ୍ରତି ତିହାର ଜେଲରେ ଅଛନ୍ତି । ଏହାପୂର୍ବରୁ ସିବିଆଇ ବ୍ୟବସାୟୀ ବିଜୟ ନାୟାର ଏବଂ ଅଭିଷେକ ବୋଇନପଲିଙ୍କୁ ଗିରଫ କରିଥିଲା।

Comments are closed.