ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା, ୪ ବର୍ଷ ପରେ ଫେରିଲେ ମାର୍ଶ

ସିଡନୀ: ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି) ଫାଇନାଲ ଓ ଇଂଲଣ୍ଡ ବିପକ୍ଷ ଆସେସ୍ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ୧୭ ଜଣିଆ ଦଳ ଘୋଷଣା କରିଛି । ମିଚେଲ ମାର୍ଶଙ୍କୁ ସ୍ଥାନ ଦିଆଯାଇଛି। ଚାରି ବର୍ଷ ପରେ ଅଲରାଉଣ୍ଡର ମିଚେଲ ମାର୍ଶ ଟେଷ୍ଟ ଦଳକୁ ଫେରିଛନ୍ତି।

ତାସମାନିଆ ବିପକ୍ଷ ଘରୋଇ ସେଫିଲ୍ଡ ସିଲ୍ଡ ମ୍ୟାଚରେ ଶତକ ପରେ ମାର୍ଶ ଭାରତ ବିପକ୍ଷ ଧଳା ବଲ୍ ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରିଥିଲେ | ଏହି ଅଲରାଉଣ୍ଡର ସମ୍ପ୍ରତି ଆଇପିଏଲ୍ ୨୦୨୩ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଛନ୍ତି।

ମିଚେଲ ମାର୍ଶଙ୍କ ସହ ମାର୍କସ ହାରିସ ଏବଂ ଜୋଶ ଇଂଲିସ ମଧ୍ୟ ଅଷ୍ଟ୍ରେଲୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଜୁନ୍ ୭ ରୁ ୧୧ ପର୍ଯ୍ୟନ୍ତ ଲଣ୍ଡନର କେନିଙ୍ଗଟନ୍ ଓଭାଲରେ ଖେଳାଯିବ |

ଅଷ୍ଟ୍ରେଲୀୟ ଜାତୀୟ ଚୟନ ପ୍ୟାନେଲ୍ ଆଶାନୁରୂପ ଭାବେ କୋର ଲାଇନ୍ ଅପ୍ ବଜାୟ ରଖିଛି । ଏଥିରେ ଭେଟେରାନ୍ ଓପନର୍ ଡେଭିଡ ୱାର୍ଣ୍ଣର ଓ ଉସମାନ ଖ୍ବାଜାଙ୍କ ସହ ଅତିରିକ୍ତ ଓପନର ଭାବରେ ମାର୍କସ ହାରିସ ମଧ୍ୟ ସାମିଲ ହୋଇଛନ୍ତି ।

ଅଷ୍ଟ୍ରେଲିଆ ଟେଷ୍ଟ ଦଳରେ ୪ ଜଣ ବିଶେଷଜ୍ଞ ଦ୍ରୁତ ବୋଲର – କ୍ୟାପଟେନ ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ଜୋଶ ହାଜଲେଉଡ୍ ଏବଂ ସ୍କଟ ବୋଲାଣ୍ଡ ଅଛନ୍ତି | ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍ ଓ ମିଚେଲ୍ ମାର୍ଶଙ୍କ ପେସ୍ ବ୍ୟାଟେରୀ ସହ ସ୍ପିନ୍ ଯୋଡି ନାଥନ୍ ଲିଅନ୍ ଏବଂ ଟଡ୍ ମର୍ଫି ମଧ୍ୟ ସ୍ଥାନ ବଜାୟ ରଖିଛନ୍ତି |

ଡବ୍ଲୁଟିସି ଫାଇନାଲ୍ ଓ ଆସେସ୍ ପାଇଁ ଅଷ୍ଟ୍ରେଲୀୟ ଦଳ:

ପ୍ୟାଟ୍ କମିନ୍ସ (ଅଧିନାୟକ), ସ୍କଟ୍ ବୋଲାଣ୍ଡ, ଆଲେକ୍ସ କେରି, କ୍ୟାମେରନ୍ ଗ୍ରୀନ୍, ମାର୍କସ୍ ହାରିସ୍, ଜୋସ୍ ହାଜଲେଉଡ୍, ଟ୍ରାଭିସ୍ ହେଡ୍, ଜୋସ୍ ଇଂଲିସ୍, ଉସମାନ ଖାୱାଜା, ମାର୍ନସ୍ ଲାବୁସେନ , ନାଥନ୍ ଲିଅନ୍, ମିଚେଲ ମାର୍ଶ, ଟଡ ମର୍ଫି, ମାଥ୍ୟୁ ରେନ୍ସା, ଷ୍ଟିଭ ସ୍ମିଥ (ଉପଅଧିନାୟକ), ମିଚେଲ ଷ୍ଟାର୍କ, ଡେଭିଡ ୱାର୍ଣ୍ଣର |

Comments are closed.